ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ରାଜଧାନୀରେ ଚାଲିବ ଇ-ବସ୍‍: ମୁଖ୍ୟମନ୍ତ୍ରୀ କରିବେ ଉଦ୍‍ଘାଟନ, ପ୍ରଥମ ପର୍ଯ୍ୟାୟରେ ଗଡ଼ିବ ୧୦ ଇ-ବସ୍‍

ଖୁବ୍‍ଶୀଘ୍ର ଯୋଡ଼ି ହେବ ଆଉ ୪୦ ବସ୍‍

ଭୁବନେଶ୍ୱର: ଆଜି ଠାରୁ ରାଜଧାନୀରେ ଇ-ବସ୍‍ ସେବା ଆରମ୍ଭ ହେବ। ‘ମୋ ବସ୍‍’ର ସଫଳତା ପରେ ରାଜ୍ୟରେ ପ୍ରଥମଥର ପାଇଁ ରାଜଧାନୀରେ ଇ-ବସ୍‍ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍‍ ଚଳାଚଳ କରିବାକୁ ଥିବା ବେଳେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଉଦ୍‍ଘାଟନ କରିବେ। ଇ-ବସ୍‍ ସହିତ ଇ-ରିକ୍ସା ମଧ୍ୟ ଚଳାଚଳ କରିବ ବୋଲି ‘ମୋ ବସ୍‍’ ପରିଚାଳନା ସଂସ୍ଥା କ୍ରୁଟ୍‍ ପକ୍ଷରୁ କୁହାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଚାଲିବାକୁ ଥିବା ୧୦ଟି ଇ-ବସ୍‍ ୨ ମାସ ହେବ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଟ୍ରାଏଲ୍‍ ରନ୍‍ ଜାରି ରହିଥିଲା। ଏହି ୧୦ଟି ଏସି ବସ୍‍ର ଚାଳନା ପାଇଁ ‘ମୋ ବସ୍‍’ର ସ୍ୱତନ୍ତ୍ର କ୍ୟାପଟେନ୍‍ଙ୍କୁ ଚୟନ କରାଯାଇ ତାଲିମ ପ୍ରଦାନ କରାଯାଉଥିଲା।ବର୍ତ୍ତମାନ ଭୁବନେଶ୍ୱର ସମେତ କଟକ ଓ ପୁରୀକୁ ଜାରି ରହିଥିବା ‘ମୋ ବସ’କୁ ବହୁ ପରିମାଣରେ ଆଦୃତି ମିଳିଛି। ରାଜଧାନୀ ସମେତ ଅନ୍ୟ କିଛି ସହରାଞ୍ଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍‍ର ‘ମୋ ବସ’ ସେବା ଅତ୍ୟାଧୁନିକ ଓ ଆରାମଦାୟକ ହୋଇପାରିଛି। ସହରୀ ଯାତାୟାତ ସେବାରେ ସଂସ୍କାର ଆଣିଥିବା ଏହି ସେବା ଜାତୀୟ ସ୍ତରରେ ମଡେଲ୍‍ ହୋଇପାରିଛି।

ପ୍ରଥମ ପର୍ଯ୍ଯାୟରେ ଏହି ବସ୍ ସେବା ରୁଟ ନମ୍ବର , ୧୧, ୧୨ ୨୩ ରେ ଚଳାଚଳ କରିବ। ପ୍ରଥମ ୩ଦିନ ଅର୍ଥାତ ଜୁଲାଇ ୨୯, ୩୦ ୩୧ ତାରିଖରେ ଯାତ୍ରୀମାନେ ମାଗଣା ଯାତାୟାତ କରିପାରିବେ। ଏ ନେଇ ଆଜି କ୍ରୃଟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ବର୍ତ୍ତମାନ ୩୨ଟି ରୁଟ୍‍ରେ ଚଳାଚଳ କରୁଥିବା ୨୨୫ଟି ବସ୍‍ରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ଏହି ବସ୍‍ଗୁଡ଼ିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ବସ୍‍ ଗଡ଼ିବାକୁ ଥିବା ବେଳେ ଖୁବ୍‍ଶୀଘ୍ର ଆଉ ୪୦ ବସ୍‍ ଏଥିରେ ଯୋଡ଼ି ହୋଇ ମୋଟ୍‍ ୫୦ଟି ଇ-ବସ୍‌ ଚାଲିବ ବୋଲି ଜଣାପଡ଼ିଛି।ଇ-ବସ୍‍ ସେବା ସହିତ ମୋ ଇ-ରାଇଡ୍‍ ମଧ୍ୟ ଆରମ୍ଭ ହେବ। ଏହି ସେବାରେ ଲୋକମାନେ ଇ-ରିକ୍ସା ଜରିଆରେ ମୋ ବସ୍‍ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍‍ ଧରି ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ଦୀର୍ଘଦିନ ଧରି ଇ-ବସ୍‍ ସେବା ଆରମ୍ଭ କରିବା ପାଇଁ ଯୋଜନା ରହିଥିବା ବେଳେ କରୋନା ଏଥିରେ ବଡ଼ ଆହ୍ୱାନ ହୋଇଥିଲା। ମାତ୍ର ଧୀରେ ଧୀରେ ସ୍ଥିତି ସୁଧୁରିବା ପରେ ଏବେ ଇ-ବସ ‘ମୋ ବସ୍‍’ରେ ଯୋଡ଼ି ହେବାକୁ ଯାଉଛି। ଇତି ମଧ୍ୟରେ ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍‍ ଡିପୋ ନିର୍ମିତ କରାଯାଇଛି। ଏହି ଡିପୋରେ ଇ-ବସ୍‌ ଚାର୍ଜିଂ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.