bitcoin
Bitcoin (BTC) 2,352,689.85 2.35%
ethereum
Ethereum (ETH) 158,413.00 2.66%
tether
Tether (USDT) 77.82 0.08%
bnb
BNB (BNB) 24,954.87 2.00%
usd-coin
USD Coin (USDC) 77.97 0.06%
xrp
XRP (XRP) 32.83 1.82%
binance-usd
Binance USD (BUSD) 77.97 0.09%
cardano
Cardano (ADA) 42.13 2.29%
solana
Solana (SOL) 4,074.58 3.71%
dogecoin
Dogecoin (DOGE) 6.71 1.48%

ରୁଷ ପାଳୁଛି ବିଜୟ ଦିବସ : ପ୍ରୟୋଗ ହୋଇପାରେ ଶେଷ ଅସ୍ତ୍ର, ପୁତିନଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ : ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ନାଜି ସେନା ବିରୋଧରେ ରୁଷର ବିଜୟକୁ ନେଇ ପ୍ରତିବର୍ଷ ମେ ’ ୯ ତାରିଖରେ ରୁଷ ସେନା ବିଜୟ ଦିବସ ପାଳନ କରିଆସୁଛି। ତେବେ ଚଳିତବର୍ଷ ଏହି ଦିବସର ତାତ୍ପର୍ଯ୍ୟ କିଛିଟା ଭିନ୍ନ ରହିଛି। ବିଗତ ଦୁଇ ମାସରୁ ଅଧିକ ସମୟ ଧରି ୟୁକ୍ରେନ ବିରୋଧରେ ରୁଷିଆର ସେନା ଅପରେସନକୁ ନେଇ ଚଳିତବର୍ଷ ବିଜୟ ଦିବସକୁ ଆହୁରି ଉତ୍ସବମୁଖର କରିବାକୁ ରୁଷ ସେନା ପ୍ରସ୍ତୁତି କରିଛି। ଆଜି ଏହି ଦିବସ ପାଳନ ହେବାକୁ ଯାଉଥିବା ବେଳେ ୟୁକ୍ରେନରେ ଆମର ବିଜୟ ସୁନିଶ୍ଚିତ ବୋଲି ରୁଷ ରାଷ୍ଟ୍ରପତି ପୁତିନ କହିଛନ୍ତି।

ବିଶେଷକରି ନାଟୋ ଶକ୍ତି ବିରୋଧରେ ରୁଷର ବିଜୟକୁ ନେଇ ପୁତିନ ପରୋକ୍ଷ ସଙ୍କେତ ଦେଇଛନ୍ତି। ଏଥି ସହିତ ରୁଷ ବିରୋଧୀ ପଦକ୍ଷେପକୁ ନେଇ ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ଚେତାବନୀ ଦେବା ଲକ୍ଷ୍ୟରେ ରୁଷ ସେନା  ବିଜୟ ଦିବସ ପରେଡ୍‌ରେ ଆଣବିକ ଅସ୍ତ୍ର ପ୍ରଦର୍ଶନ କରିବାକୁ ଯାଉଛି। ୟୁକ୍ରେନ-ରୁଷ ଯୁଦ୍ଧ ୭୪ ଦିନରେ ପହଞ୍ଚିଥିବା ବେଳେ ଏବେ ମଧ୍ୟ ୟୁକ୍ରେନ ସେନା ହାର ମାନିନାହାନ୍ତି। ବରଂ ଦିନକୁ ଦିନ ଯୁଦ୍ଧ ଅବଧି ବଢିବାରେ ଲାଗିଛି। ଏହି ଯୁଦ୍ଧ ଅବଧି ମଧ୍ୟରେ ରୁଷର ମଧ୍ୟ ପର୍ଯ୍ୟାପ୍ତ କ୍ଷତି ଘଟିସାରିଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରୁଷିଆର ୨୪ ହଜାର ସୈନିକ ନିହତ ହେବା ସହ ପ୍ରାୟ ୧ ହଜାରରୁ ଅଧିକ ଟ୍ୟାଙ୍କ ମଧ୍ୟ ନଷ୍ଟ କରିଦିଆଯାଇଛି।

ସେହିପରି ୨୬୦୦ ରୁ ଅଧିକ ସେନା ଗାଡି ଏବଂ ଶତାଧିକ ଯୁଦ୍ଧ ବିମାନ ଉଡାଇ ଦିଆଯାଇଛି। ଏଭଳି ସ୍ଥିତି ରୁଷିଆକୁ ଏକପ୍ରକାର ଚିନ୍ତିତ କରିଛି। କିନ୍ତୁ ୟୁକ୍ରେନକୁ ଆମେରିକା ସମେତ ଅନ୍ୟାନ୍ୟ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଙ୍କ ସାମରିକ ସହାୟତା ରୁଷ ପାଇଁ ଆହୁରି ଚିନ୍ତାଜନକ ହୋଇପଡ଼ିଛି। ଏଥିନେଇ ରାଷ୍ଟ୍ରପତି ପୁତିନ ବାରମ୍ବାର ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ଚେତାବନୀ ଦେଇ ଆସିଥିଲା ବେଳେ କୌଣସି ମୁହୂର୍ତ୍ତରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପଛେଇବେ ନାହିଁ ବୋଲି ସଙ୍କେତ ଦେଇସାରିଛନ୍ତି। ଏହି ଲକ୍ଷ୍ୟରେ ରୁଷ ବାଲଟିକ ସାଗରରେ ଆଣବିକ ଯୁଦ୍ଧାଭ୍ୟାସ କରିବା ସହିତ ଆଜି ବିଜୟ ଦିବସ ପରେଡରେ ଟାକ୍‌ଟିକାଲ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବ ବୋଲି ଜଣାପଡ଼ିଛି।

ଗତ ଫେବୃଆରୀ ୨୪ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା ବେଳେ ଏହା ଯୁଦ୍ଧ ନୁହେଁ ବରଂ, ୟୁକ୍ରେନ ବିରୋଧରେ ରୁଷିଆର ମିଲିଟାରୀ ଅପରେସନ ବୋଲି ପୁତିନ କହି ଆସିଛନ୍ତି। କିନ୍ତୁ ସାଂପ୍ରତିକ ସ୍ଥିତିରେ ରୁଷ ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଆଭିମୁଖ୍ୟକୁ ନେଇ ପୁତିନ କ୍ଷୁବ୍ଧ ରହିଥିବା ବେଳେ ଆଜି  ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ଏ ସମ୍ପର୍କରେ ସେ ସଙ୍କେତ ଦେଇସାରିଛନ୍ତି। ତେଣୁ ଏହାକୁ ନେଇ ସମସ୍ତଙ୍କ ନଜର ଏବେ ପୁତିନଙ୍କ ଉପରେ ରହିଛି। ପୁତିନ ଯଦି ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି ତେବେ ରୁଷ ମାରାତ୍ମକ ରାସାୟନିକ ଅସ୍ତ୍ର ସମେତ ଟାକ୍‌ଟିକାଲ( ସ୍ବଳ୍ପଗାମୀ) ଆଣବିକ ଅସ୍ତ୍ର ମଧ୍ୟ ପ୍ରୟୋଗ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

Leave a comment