ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ବେଳେ ଆସୁଥିବା ଭେଣ୍ଟିଲେଟର ଓ ମନିଟର ଚୋରୀ କରି ବିକ୍ରି କରିବା ଘଟଣାରେ ଘରୋଇ ହସ୍ପିଟାଲ ମାଲିକ ଗିରଫ

କଟକ: କୋଭିଡ ପରିଚାଳନା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଣିଥିବା ଭେଣ୍ଟିଲେଟର ଓ ମନିଟର ମେସିନ ଚୋରି ଘଟଣାରେ କଟକର ଦୁଇ ଘରୋଇ ହସ୍ପିଟାଲ ସମ୍ପୃକ୍ତ ଥିବା ଖବର ସାମ୍ନାକୁ ଆସିଛି । ଗତକାଲି ଏହି ମାମଲାରେ ଭୁବନେଶ୍ୱର କ୍ୟାପିଟାଲ ଥାନା ପୋଲିସ ଗୋପାଳପୁରରେ ଥିବା ରୁଦ୍ର ହସ୍ପିଟାଲ ଓ ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ମୀରା ହସ୍ପିଟାଲ ଉପରେ ଚଢ଼ାଉ କରିଥିଲା। ଏହି ଘଟଣାରେ ରୁଦ୍ର ହସ୍ପିଟାଲର ମାଲିକଙ୍କ ସମେତ ୬ଜଣଙ୍କୁ ଗିରଫ କରାଯାଇଛି ।

ରୁଦ୍ର ହସ୍ପିଟାଲ ମାଲିକଙ୍କୁ ଗିରଫ କରାଯାଇଥିବା ବେଳେ,ମୀରା ହସ୍ପିଟାଲର ମାଲିକମାନେ ବାହାରେ ଥିବା ଜଣାପଡିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣା ଉପରେ ନଜର ରଖିଛି, ମୀରା ହସ୍ପିଟାଲର ପଞ୍ଜିକରଣ ପୂର୍ବରୁ ନାକଚ କରାଯାଇଥିବା ବେଳେ, ରୁଦ୍ରର ନବୀକରଣ ଏବେ ତଦନ୍ତାଧିନ ରହିଛି, ଖୁବଶୀଘ୍ର ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଏମ କହିଛନ୍ତି।

Leave A Reply

Your email address will not be published.