ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀ ଉପକଣ୍ଠ ପାତ୍ରପଡାରେ ଅପମିଶ୍ରିତ ଟମାଟୋ ସସ୍ କାରଖାନା ଠାବ, ବିପୁଳ ପରିମାଣର ସସ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ

ଭୁବନେଶ୍ୱର: କଟକରେ ସବୁ ନକଲି । ଖାଦ୍ୟଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ଏଠାରେ ନକଲି । ଏହି ନକଲିର ଚେର କଟକରୁ ଲମ୍ବିଛି ଭୁବନେଶ୍ବର ପର୍ଯ୍ୟନ୍ତ । ଆଜି ଭୁବନେଶ୍ୱରର ଉପକଣ୍ଠ ପାତ୍ରପଡ଼ାରେ ଏକ ନକଲି ସସ୍ ଫ୍ୟାକ୍ଟ୍ରି ଉପରେ କଟକ ପୁଲିସ ରେଡ୍ କରି ବିପୁଳ ପରିମାଣର ସସ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅପମିଶ୍ରଣ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ସେପଟେ କଟକ ମାଲଗୋଦାମରେ ଥିବା ଏକ ଗୋଦାମରେ ମଧ୍ୟ ଚଢ଼ାଉ ହୋଇଛି। ପାତ୍ରପଡ଼ା ଫ୍ୟାକ୍ଟ୍ରିରେ ସସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଅପମିଶ୍ରିତ ହୋଇ ପ୍ରସ୍ତୁତ ପରେ ମାଲଗୋଦାମକୁ ଯାଉଥିଲା। ଅପମିଶ୍ରିତ ଟମାଟୋ ସସ୍ ଜବତ ପରେ କାରଖାନା ସିଲ୍ । କଟକରୁ ଭୁବନେଶ୍ବର ଲମ୍ବିଥିଲା ଜାଲ କାରବାର ।

କଟକରେ ମାଲଗୋଦାମ ଥାନା ଅଞ୍ଚଳରେ ଏକ ନକଲି ସସ୍ କାରଖାନା ଠାବ ହୋଇଥିଲା । ଉକ୍ତ ନକଲି କାରଖାନାରେ ଚଢାଉ ବେଳେ ଜଣକୁ ଅଟକ ରଖି ତଦନ୍ତ ଚଳାଇଥିଲା ପୋଲିସ । ଅଟକ ବ୍ୟକ୍ତିଙ୍କ ବୟାନକୁ ଆଧାର କରି ପାତ୍ରପଡାରେ ଚଢ଼ାଉ କରି ଫ୍ୟାକ୍ଟ୍ରିକୁ ସିଲ କରିଛି ପୋଲିସ । ବହୁ ବର୍ଷ ହେବ ଏହି ଫ୍ୟାକ୍ଟ୍ରି ଲୁଚାଛପାରେ ଚାଲିବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ସସ୍ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.