ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅବକାରୀ ବିଭାଗର ଚଢ଼ାଉ ; ବିପୁଳ ପରିମାଣର ନକଲୀ ବିଦେଶୀ ମଦ ଜବତ

ରାଉରକେଲା: ସହରର ସେକ୍ଟର ୪ ଆଇବି ବସ୍ତିରେ ଅବକାରୀ ବିଭାଗର ଚଢ଼ାଉ । ବିପୁଳ ପରିମାଣର ନକଲୀ ବିଦେଶୀ ମଦ ଜବତ କରାଯାଇଛି । ନାମିଦାମୀ ବ୍ରାଣ୍ଡର ନକଲୀ ବିଦେଶୀ ମଦ, ଲେବୁଲ, ଇଏଏଲ, ଖାଲି ବୋତଲ, ଠିପି, ନକଲି ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇ ପଚରାଉଚରା କରୁଛି ଅବକାରୀ ବିଭାଗ ।

ବେଆଇନ ଭାବେ କିପରି ଏତେ ମାତ୍ରାରେ ମଦ କାରବାର ଏଠାରେ ଚାଲିଥିଲା । କିପରି ଆଇନକୁ ଆଖି ଠାର ମାରି ବିଦେଶୀ ମଦ ବିକ୍ରୟ କରାଯାଉଥିଲା । ପୋଲିସର ନାକ ତଳେ ବ୍ୟାପକ ପରିମାଣର ମଦ କାରବାର ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ହୋଲି ଥିବାବେଳେ ମଦର ବେଆଇନ ବେପାର ହେବା ନେଇ ସନ୍ଦେହ ପ୍ରକଟ କରିଥିଲା ଅବକାରୀ ବିଭାଗ ।

Leave A Reply

Your email address will not be published.