ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକ ପରେ ବାଲେଶ୍ୱରରେ ନକଲି ଘିଅ କାରଖାନା; ଖାଉଟି ବିଭାଗର ଚଢାଉ

ବାହାନଗା: ରାଜ୍ୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ହୁ ହୁ ହୋଇ ବଢିଚାଲିବା ବେଳେ ନକଲି ସାମଗ୍ରୀ ମଧ୍ୟ ବହୁଳ ମାତ୍ରାରେ ମିଳୁଛି। ବଜାରରେ ସ୍ଥିତି ଏପରି ହେଲାଣି ନକଲି ଅସଲି ଜାଣିବା ମୁସ୍କିଲ। ରାଜ୍ୟରେ କଟକ ସହର ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବାର ଦୁର୍ନାମ ରଚିଥିବା ବେଳେ ବାଲେଶ୍ୱର ଜିଲ୍ଲାର ଗୋପାଳପୁରରେ ମଧ୍ୟ ନକଲି ଓ ଅପମିଶ୍ରିତ ସାମଗ୍ରୀ କାରଖାନା ଠାବ ହୋଇଛି। ତେବେ ଦୀର୍ଘଦିନରୁ ଗୋପାଳପୁର ନିକଟରେ ରାସ୍ତା ପାର୍ଶ୍ଵରେ ନକଲି ଘିଅ, ତେଲ ପ୍ରସ୍ତୁତ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବାର ସୂଚନା ମିଳିଛି। ତେବେ ବିଭିନ୍ନ ସମୟରେ ସେଠାରେ ନକଲି ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତ କରାଯାଉଥିବାର ପ୍ରଶାସନ ନିକଟରେ ଅଭିଯୋଗ ଉଠିଥିଲେ ମଧ୍ୟ ପ୍ରଶାସନିକ ମଧୁଚନ୍ଦ୍ରିକା ଯୋଗୁଁ ବେପାର ସୁରୁଖୁରୁରେ ଚାଲିଥିଲା।

ଆଜି ମଧ୍ୟାହ୍ନରେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ଖନ୍ତାପଡ଼ା ପୋଲିସ ସହାୟତାରେ ଉକ୍ତ ନକଲି ଘିଅ ତେଲ ପ୍ରସ୍ତୁତକାରୀ କାରଖାନାରେ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ଗୋଦାମରେ ଶ୍ରମିକମାନେ ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତ କରିବାରେ ନିୟୋଜିତ ଥିବାବେଳେ ଲକ୍ଷ ଲକ୍ଷ ତାଙ୍କର ନକଲି ସାମଗ୍ରୀ ମହଜୁଦ ରହିଥିବାର ଦେଖିବାକୁ ମିଳିଥିଲା। ଚଢ଼ାଉ ବାବଦରେ ଯୋଗାଯୋଗ କରିବାରୁ ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ବାରମ୍ବାର ଉକ୍ତ ଘିଅ କମ୍ପାନୀ ଉପରେ ଅଭିଯୋଗ ହେଉଥିବାରୁ ପ୍ରସ୍ତୁତ ହେଉଥିବା ସାମଗ୍ରୀର ନମୁନା ସଂଗ୍ରହ କରିଥିବାର ସଫେଇ ଦେଇଛନ୍ତି। ନମୁନା ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି। ତେବେ ଦୀର୍ଘଦିନ ପରେ ଉକ୍ତ କମ୍ପାନୀ ଉପରେ ପ୍ରଶାସନ ତରଫରୁ ଚଢ଼ାଉ ହୋଇଥିବାରୁ ସ୍ଥାନୀୟ ଲୋକେ ସନ୍ତୋଷବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.