ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗଞ୍ଜାମ ଜିଲ୍ଲାରୁ ନକଲି ମୃଦୁ ପାନୀୟ କାରଖାନା ଠାବ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁରରୁ ନକଲି ମୃଦୁ ପାନୀୟ କାରଖାନା ଠାବ କରିଛି ପୁଲିସ। ଖଣ୍ଡଦେଉଳି ଗାଁରେ ୬ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଥିବା ନକଲି ମୃଦୁ ପାନୀୟ ଓ ଅନ୍ୟ ନକଲି ସାମଗ୍ରୀ କାରଖାନା ଠାବ କରିଛି ପାଟପୁର ପୁଲିସ । ନକଲି ଥଣ୍ଡା ପାନୀୟ ପ୍ରସ୍ତୁତିରେ ବ୍ୟବହୃତ ବହୁ ଜିନିଷ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ । ଜବତ ନକଲି ଜିନିଷ ମଧ୍ୟରେ ରହିଛି ପାଣି ବୋତଲ, ହୋଲଗ୍ରାମ, ମାଜା, କୁରକୁରେ ଓ ଏସବୁ ତିଆରି କରାଯାଉଥିବା ମେସିନ। ୩ଦିନ ପୂର୍ବରୁ ପାଟପୁର ପୁଲିସ ନକଲି ଗୁଟକା କାରଖାନା ଠାବ କରି ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.