ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନକଲି…ନକଲି…ନକଲି….. ଖାଦ୍ୟସାମଗ୍ରୀ,ଡିଟରଜେଣ୍ଟ ଓ ସିମେଣ୍ଟ ପରେ କଟକରୁ ନକଲି ଆକ୍ୱାଗାର୍ଡ ଜବତ

କଟକ : ଭେଜାଲ ସାମଗ୍ରୀର ପେଣ୍ଠ ସ୍ଥଳ ପାଲଟିଛି ସିଲଭର ସିଟି କଟକ। ପୂର୍ବରୁ ନକଲି ଗୁଟଖା, ନକଲି ଚା, ନକଲି ମସଲା ଗୁଣ୍ଡ, ନକଲି ଘିଅ ,ନକଲି ସିମେଣ୍ଟ, ନକଲି ଡିଟରଜେଣ୍ଟ ପାଉଡର, ନକଲି ମେଡିସିନ୍‌ ପରି ସାମଗ୍ରୀ କଟକ ସହରରରୁ ଠାବ ହୋଇଥିବା ବେଳେ ଏବେ କଟରୁ ଜବତ ହୋଇଛି ନକଲି ଆକ୍ୱାଗାର୍ଡ । ଖାଦ୍ୟ ସାମଗ୍ରୀକୁ ବଡ଼ ବଡ଼ ବ୍ରାଣ୍ଡ ନାଁରେ ତିଆରି କରାଯାଇ ବିକ୍ରି କରାଯାଉଥିବା ବେଳେ ବହୁ ସମୟରେ ପୁଲିସ ଧରିବା ସହ ଏହି ନକଲି ସମାଗ୍ରୀଗୁଡିକୁ ଲୋକ ଲୋଚନକୁ ଆଣିଥିବା ବେଳେ ଆଜି ନକଲି ଆକ୍ୱାଗାର୍ଡ ଜବତ ହେବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି।

ଆଜି କଟକ ବାଦାମବାଡି ଥାନା ପୁଲିସ ନକଲି ଆକ୍ୱାଗାର୍ଡ ତିଆରି ଓ ବିକ୍ରି ଅଭିଯୋଗରେ ଚଡାଉ କରି ଜଣଙ୍କୁ ଧରିଛି। ଏହି ବ୍ୟକ୍ତି ଜଣଙ୍କ ବାଦାମବାଡି ଜଗନ୍ନାଥ ଲେନରେ ବଡ଼ ବ୍ରାଣ୍ଡ ନାଁରେ ନକଲି ଆକ୍ୱାଗାର୍ଡ ତିଆରି ଓ ବିକ୍ରି କରୁଥିଲେ। ଯେଉଁ ବଡ଼ କମ୍ପାନୀ ନାଁର ସେହି ବ୍ୟକ୍ତି ଜଣଙ୍କ ନକଲି ଆକ୍ୱାଗାର୍ଡ ତିଆରି କରୁଥିଲେ, ସେହି କମ୍ପାନୀ ଏହି ବିକ୍ଷୟରେ ଅବଗତ ହେବା ପରେ ବାଦାମବାଡି ଥାନାରେ ଅଭିଯୋଗ କରିଥିଲା। ଏହାପରେ ବାଦାମବାଡି ଥାନା ପୁଲିସ ଓ କମିଶନରେଟ୍‌ ପୁଲିସର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଚଡାଉ କରିଥିଲା। ଏହି ଚଢାଉ ସମୟରେ ନକଲି ଆକ୍ୱାଗାର୍ଡ ଓ ତିଆରି ଯନ୍ତ୍ରାଂଶ ଜବତ କରାଯାଇଛି।

Leave A Reply

Your email address will not be published.