ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ବରରେ ପ୍ରବଳ କୁହୁଡି : ଏୟାରପୋର୍ଟରେ ଅବତରଣ କରିନପାରି ଫେରିଗଲା ଇଣ୍ଡିଗୋ ବିମାନ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ  ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରବଳ କୁହୁଡି ଦେଖିବାକୁ ମିଳିଛି । ଭୁବନେଶ୍ବରରେ ଦୃଶ୍ୟମାନ ଦୂରତା ୧୦୦ ମିଟର ବା ତାଠାରୁ କମ୍ ରହିଛି । ଘନ କୁହୁଡି କାରଣରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ବିମାନ ଅବତରଣ କରିପାରୁନାହିଁ। ଆଜି ସକାଳେ ଦଲ୍ଲୀରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ  ୨୧୭୮ ବିମାନଟି ଭୁବନେଶ୍ବର ଏୟାରପୋର୍ଟରେ ଘନ କୁହୁଡି କାରଣରୁ ଅବରଣ କରିନପାରି ଫେରିଯାଇଛି।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀରୁ ଭୁବନେଶ୍ବରକୁ ଇଣ୍ଡିଗୋ ବିମାନ ୨୧୭୮ ଆସୁଥିଲା। ଘନ କୁହୁଡି କାରଣରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାରେ ଅସୁବିଧା ହେବା ଉପଲବ୍ଧ କରି ପାଇଲଟ ବିମାନଟିକୁ ଫେରାଇନେଇଥିଲେ। ଭୁବନେଶ୍ବରରେ ଅବତରଣ କରିବାକୁ ଥିବା ବେଳେ ପାଇଲଟ ବିମାନଟିକୁ ରାୟପୁରରେ ଅବତରଣ କରାଇଛନ୍ତି।

Leave A Reply

Your email address will not be published.