ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହଙ୍ଗା ପଡ଼ିଲା ବିଳମ୍ବରେ ସ୍କୁଲ ଆସିବା: ଭଦ୍ରକ ସହରାଞ୍ଚଳର ୧୮ଶିକ୍ଷକଙ୍କ ଦିନକର ଦରମା ବନ୍ଦ କଲେ ଡି.ଇ.ଓ

ଭଦ୍ରକ: ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ (ଡ଼ିଇଓ) ଅଚାନକ ଭଦ୍ରକ ସହରାଞ୍ଚଳର ୧୨ଟି ସ୍କୁଲକୁ ଯାଇଥିଲେ। ସେଠାରେ କେତେକ ଶିକ୍ଷକ ଦିନେ କି ଦୁଇ ଦିନ ନୁହେଁ, ସବୁ ଦିନେ ବିଳମ୍ବରେ ସ୍କୁଲ ଆସୁଥିବା ଜାଣିବାକୁ ପାଇଥିଲେ। ଫଳରେ ଭଦ୍ରକ ସହରର ୧୨ଟି ବିଦ୍ୟାଳୟର ୧୮ଜଣ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ କରାଯାଇଛି।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଶିକ୍ଷା‌ ଅଧିକାରୀ କପିଳେନ୍ଦ୍ର ମିଶ୍ର ସୋମବାର ସହରର ୧୨ଟି ସ୍କୁଲକୁ ଅଚାନକ ପରିଦର୍ଶନ କରିଥିଲେ। ଏହି ସମୟରେ କେତେକ ସ୍କୁଲରେ ଶିକ୍ଷକ ବିଳମ୍ବରେ ଆସିଥିବା ଦେଖି ବିରକ୍ତି ହୋଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ।ନିର୍ଦ୍ଧାରିତ ସମୟ ମଧ୍ୟରେ ୧୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲକୁ ଆସି ନଥିବାରୁ ସେମାନଙ୍କର ଗୋଟିଏ ଦିନର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶଥାଉକି, ଏବେ ଗ୍ରୀଷ୍ମପ୍ରବାହ ଯୋଗୁଁ ସକାଳ ୬ରୁ ୯ଟା ପର୍ଯ୍ଯନ୍ତ ସ୍କୁଲ ଚାଲୁଛି। ଏହା ସତ୍ତ୍ବେ ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ସକାଳ ସାଢ଼େ ୭ଟା ପର୍ଯ୍ଯନ୍ତ ବିଦ୍ୟାଳୟ ହତା ମାଡ଼ିନଥିଲେ। ଏଥିପାଇଁ ୧୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୈଫୟତ ତଲବ କରାଯିବା ସହ ସେମାନଙ୍କର ଦରମା ବନ୍ଦ କରାଯାଇଛି। ସକାଳ ୬ଟା ସୁଦ୍ଧା ସବୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଆସିବା ଲାଗି ଡି. ଇ. ଓ ଶ୍ରୀ ମିଶ୍ର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.