ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋରୁଗାଡ଼ି ଜବତ ବେଳେ ଏସଟିଏଫ୍‌ ଉପରକୁ ଦୁବୃର୍ତ୍ତଙ୍କ ଗୁଳିମାଡ଼

କେନ୍ଦୁଝର : କେନ୍ଦୁଝରରେ ଏସଟିଏଫ୍ ଉପରକୁ ଫାୟାରିଂ । ଜୁଡିଆ ବାଇପାସ କିରେଇଟାଙ୍ଗିରି ଟୋଲଗେଟ୍ ନିକଟରୁ ୩ଟି ଗୋରୁ ବୋଝେଇ କଣ୍ଟେନର ନେଇ ପଳାଇଲେ ଗୋଚାଲାଣକାରୀ । କେନ୍ଦୁଝର ଜିଲ୍ଲା ଦେଇ ପ୍ରତିଦିନ ବେଆଇନ ଭାବେ ଗୋଚାମାଣ ନେଇ ସୂଚନା ପାଇଥିଲା ଏସଟିଏଫ୍ ଟିମ୍ । ଚଢାଉ ପରେ ୫ଟି ଗୋରୁ ବୋଝେଇ କଣ୍ଟେନରକୁ ପିଛା କରିଥିଲା ଏସଟିଏଫ୍ । ଏସକର୍ଟ କରି ନେଉଥିବା ବେଳେ ୧୦ରୁ ୧୫ ରାଉଣ୍ଡ ଗୁଳି ମାଡ଼ କରିଥିଲେ ଗୋଚାଲାଣକାରୀ । ଆତ୍ମରକ୍ଷା ପାଇଁ ଏସଟିଏଫ୍ ପାଲଟା ଆକ୍ରମଣ କରିଥିଲା । ୨ଟି କଣ୍ଟେନର ସହ ୨ଡ୍ରାଇଭରଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଡ୍ରାଇଭରଙ୍କୁ ପଚରାଉଚୁରା ଜାରି ରହିଛି । ଏସଟିଏଫ୍ ଟିମରେ ଜଣେ ଡିଏସପି, ୩ ଜଣ ସବଇନ୍ସପେକ୍ଟର ଓ ୧୫ ଜଣ ପୋଲିସ ସାମିଲ ଥିଲେ । ଗୋରୁ ବୋଝେଇ ଗାଡ଼ି ପଶ୍ଚିମବଙ୍ଗ ଯାଉଥିଲା ।

Leave A Reply

Your email address will not be published.