ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଦଳିଲେ ମଦ୍ଯପ ଥାନା ବାବୁ; ନିଶାସକ୍ତ ଅବସ୍ଥାରେ ସାମ୍ବାଦିକ ଓ ସ୍ଥାନୀୟଲୋକଙ୍କୁ କରିଥିଲେ ଗାଳିଗୁଲଜ

ଜଗତସିଂହପୁର: ମହଙ୍ଗାପଡିଳା ବର୍ଦିରେ ଥାଇ ମଦ ପିଇବା। ମଦ ପିଇ ନିଶାସକ୍ତ ଅବସ୍ଥାରେ ବୈଦ୍ଯୁତିକ ଗଣମାଧ୍ଯମ ପ୍ରତିନିଧି ଓ ସ୍ଥାନୀୟଲୋକଙ୍କୁ ଗାଳିଗୁଲଜ କରିଥିଲେ ଜଗତସିଂହପୁର ଜିଲ୍ଲା ବନ୍ଦର ମେରାଇନ ଥାନା ଆଇଆଇସି ଅଜୟ ମୁଦୁଲି। ଏହାର ଭିଡିଓ ଭାଇରାଲ ହେବାପରେ ମଦ୍ଯପ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ଯାଳୟକୁ ବଦଳି କରିଦିଆଯାଇଛି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ଯାନୁଷ୍ଠାନ ନେବାକୁ ଡିଜିପିଙ୍କ ନିକଟରେ ସୁପାରିସ କରିଛନ୍ତି ଜଗତସିଂହପୁର ଏସ୍‌ପି ଅଖିଲେଶ୍ବର ସିଂହ ।

ସୂଚନା ଅନୁଯାୟୀ, ବନ୍ଦର ଥାନା ଆଇଆଇସି ଅଜୟ ମୁଦୁଲି ଗୁରୁବାର ରାତିରେ ନିଶାସକ୍ତ ଅବସ୍ଥାରେ ମରିଚିପୁର ଛକରେ ଲୋକମାନଙ୍କୁ ଗାଳିଗୁଲଜ କରୁଥିଲେ । ଖବର ପାଇ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ନିଜ କ୍ୟାମେରାରେ ଭିଜୁଆଲ ରେକର୍ଡିଂ କଲାବେଳେ ନିଶାସକ୍ତ ଆଇଆଇସି ଅଜୟ ମୁଦୁଲି ଉକ୍ତ ସାମ୍ବାଦିକଙ୍କୁ ମାଡ ମାରିବାସହ ବୁମ ଓ କ୍ଯାମେରା ଛାଡାଇଥିଲେ। ସାମ୍ବାଦିକର ପରିଚୟ ଦେଇଥିଲେ ମଧ୍ଯ ସେ କହିଥିଲେ ମୋର କେହି କିଛି କରିପାରିବେନି । ହୁ- ଆର -ୟୁ ବୋଲି ଉକ୍ତ ସାମ୍ବାଦିକଙ୍କୁ ପ୍ରଶ୍ନ କରିଥିଲେ। ଏହି ଭିଡିଓ ଭାଇରାଲ ହେବାପରେ ମଦ୍ଯପ ଆଇଆଇସିଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ଯନୁଷ୍ଠାନ ନେଇଛନ୍ତି ଜଗତସିଂହପୁର ଏସପି। ମଦ୍ଯପ ଥାନା ଅଧିକାରୀଙ୍କୁ ବଦଳି କରିବାସହ ନାଉଗାଁ ଥାନା ଆଇଆଇସି ଭରତ ଚନ୍ଦ୍ର ବେହେରାଙ୍କୁ  ସାମୁଦ୍ରିକ ଥାନାର ଦାୟିତ୍ବ ଦେଇଛନ୍ତି।

 

Leave A Reply

Your email address will not be published.