ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଦ ହେଲା କାଳ: ବାପା ଚାପୁଡା ମାଡରେ ୪ ବର୍ଷ ଝିଅର ମୃତ୍ୟୁ

ବାଲେଶ୍ବର :ବାଲେଶ୍ବର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାରିପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ନିଶାଡି ବାପାର ଶକ୍ତ ଚାପୁଡାରେ ୪ ବର୍ଷ ଝିଅର ମୃତ୍ୟୁ ହୋଇଯାଇଛି। ମୃତ କୁନି ଝିଅ ଜଣକ ହେଲେ ପୂଜା ପିରି(୪)।
ସୂଚନା ଅନୁସାରେ,ଗୋପୀନାଥ ପିରି ଗୁରୁବାର ମଦ ପିଇ ଘରକୁ ଆସିଥିଲେ। ମଦ ନିଶାରେ ନିଜର ୪ ବର୍ଷର ଝିଅ ପୂଜା ଗାଲରେ ପିଟିଦେଇଥିଲେ। ଫଳରେ ଝିଅକୁ ଜୋରରେ ଆଘାତ ଲାଗିବା ଯୋଗୁଁ କାନ୍ଦିବା ଆରମ୍ଭ କରିଥିଲେ। ଫଳରେ ପରିବାର ଲୋକ ସଙ୍ଗେ ସଙ୍ଗେ ଝିଅକୁ ଅପରାହ୍ନ ସମୟରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଡାକ୍ତର ପୂଜାକୁ ଦେଖି ମୃତ ଘୋଷଣା କରିଥିଲେ। ଆସନ୍ତାକାଲି ଶବର ବ୍ୟବଚ୍ଛେଦ କରାଯିବ ବୋଲି ହସପିଟାଲ୍ ପକ୍ଷରୁ ସୂଚନା ମିଳିଛି। ତେବେ ମଦ ପିଇ ଗୋପୀନାଥ ହସପିଟାଲ୍ ଫାଣ୍ଡି ନିକରେ ମଧ୍ୟ ଉନ୍ମକ୍ତ କାଣ୍ଡ କରିଥିଲେ। ଏପରି ଖବରରେ ପରିବାରରେ ଏକ ଶୋକର ଛାୟା ଖେଳିଯାଇଛି।
Leave A Reply

Your email address will not be published.