ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଶାସକ୍ତ ଚାଳକର ଉନ୍ମତ୍ତକାଣ୍ଡ : ଗୋଟିଏ ପରିବାରର ୪ଜଣଙ୍କ ଉପରେ କାର୍‌ ଚଢ଼ାଇଦେଲା

ଗୋପ : ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭଡାରେ ଲାଗିଥିବା ଗାଡ଼ିର ଡ୍ରାଇଭର କାହ୍ନୁ ଚରଣ ବେହେରା ନିଶାସକ୍ତ ଅବସ୍ଥାରେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଗୋଟିଏ ପରିବାରର ୪ଜଣଙ୍କ ଉପରେ ଚଢ଼ାଇଦେବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି। କୋଭିଡ୍‍ ସାମ୍ପୁଲ ନେଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବାବେଳେ ସୁବର୍ଣ୍ଣପୁର ନିକଟରେ ଭାରସାମ୍ୟ ହରାଇ ଲୋକଙ୍କ ଉପରେ କାର୍‌ଟି ଚଢ଼ାଇଦେଇଥିଲା। ରାସ୍ତାକଡରେ ଜନୈକ ବ୍ୟକ୍ତିଙ୍କ ଘର ଆଗରେ ଥିବା ପରିବାରର ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର କ୍ୟାପିଟାଲ୍‍ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆହତମାନେ ହେଲେ ପଞ୍ଚୁ ବେହେରା (୭୫), ପତ୍ନୀ ସୁଶିଳା ବେହେରା (୭୦) ତାଙ୍କ ପୁଅ ଭାଗ୍ୟଧର ବେହେରା (୪୬), ନାତି ମୁନା ବେହେରା (୨୦)। ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଖସିଯାଉଥିବା ଚାଳକକୁ କାବୁ କରିଥିଲେ। ମଦ ପିଇଥିବା ଜାଣିବା ପରେ ନିର୍ଦ୍ଧୁମ୍‍ ଛେଚିଥିଲେ। ଚାଳକ ମଧ୍ୟ ମଦ୍ୟପାନ କରିଥିବା ସ୍ୱୀକାର କରିଥିଲେ। ଗୋପ ପୁଲିସ ପହଞ୍ଚି ଚାଳକକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

Leave A Reply

Your email address will not be published.