ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାଳରେ ଭାସୁଥିବା ପୁରୁଣା ଡଙ୍ଗା ଆଣିବାକୁ ଯାଇ ଦୁଇ ଭଉଣୀଙ୍କ ସଲିଳ ସମାଧି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜଅଁରା ବାରିମୂଳରେ ନିକଟରେ ସୋମବାର ଏକ ଅଘଟଣ ଘଟିଯାଇଛି । ନାଳରେ ଭାସୁଥିବା ପୁରୁଣା ଡଙ୍ଗା ଆଣିବାକୁ ଯାଇ ପାଣିରେ ବୁଡି ୨ ଶିଶୁଙ୍କ ସଲିଳ ସମାଧି । ମୃତକ ୨ ଶିଶୁଙ୍କ ନାମ ଶୁଭସ୍ମିତା ଓ ମଧୁସ୍ମିତା । ଉଭୟ ସଂପର୍କରେ ଭଉଣୀ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ନାଳରେ ଭାସୁଥିବା ପୁରୁଣା ଡଙ୍ଗା ଆଣିବାକୁ ୨ ଭଉଣୀ ଯାଇଥିଲେ । ହେଲେ ଡଙ୍ଗା ଆଣିବା ବଦଳରେ ପାଣିରେ ବୁଡିଯାଇଥିଲେ ୨ ଭଉଣୀ । ଅତ୍ୟଧିକ ପାଣି ଥିବାରୁ ୨ ଭଉଣୀଙ୍କର ପାଣିରେ ବୁଡି ମୃତ୍ୟୁ ଘଟିଛି । ଉକ୍ତ ନାଳରେ ମୃତଦେହ ଭାସୁଥିବାର ସ୍ଥାନୀୟଲୋକ ଦେଖିଥିଲେ । ପରେ ତୁରନ୍ତ ନାଳରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.