ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶର ସର୍ବୋଚ୍ଚ ପଦବୀ ପାଇଁ ଆଜି ନିର୍ବାଚନ : ଦ୍ରୌପଦୀ ମୁର୍ମୁ- ଯଶୋବନ୍ତ ସିହ୍ନାଙ୍କ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ : ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ସାଂସଦମାନେ ସଂସଦ ଭବନରେ ମତଦାନ କରିବେ।  ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହା ପୂର୍ବରୁ ଦେଶର ପ୍ରାୟ ୪,୮୦୦ ସାଂସଦ ଏବଂ ବିଧାୟକ ସୋମବାର ଭୋଟ ଦେଇ ଦେଶର ୧୫ ତମ ରାଷ୍ଟ୍ରପତିଙ୍କୁ ଚୟନ କରିବେ। ସକାଳ ୧୦ଟାରେ ଏଥିପାଇଁ ସଂସଦ ଏବଂ ବିଧାନସଭାରେ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହେବ।

୨୧ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ପରେ ୨୫ ତାରିଖରେ ନୂତନ ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବେ। ଏନ୍‌ଡିଏ ଏହି ନିର୍ବାଚନ ପାଇଁ ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଆ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ବିଜେପି ଓ ଏନ୍‌ଡିଏର ସହଯୋଗୀ ଦଳ ବ୍ୟତୀତ ବିଜୁ ଜନତା ଦଳ (ବିଜେଡି), ୱାଇଏସଆରସିପି, ଶିରୋମଣି ଅକାଳୀ ଦଳ, ଶିବସେନା, ଜେଏମଏମ ଭଳି ଆଞ୍ଚଳିକ ଦଳ ମୁର୍ମୁଙ୍କ ସମର୍ଥନ ଘୋଷଣା କରିଛନ୍ତି। ସେ ଦୁଇ ତୃତୀୟାଂଶ ଭୋଟ ପାଇବେ ବୋଲି ଆଶା କରାଯାଉଛି। ନିର୍ବାଚନରେ ବିଜୟୀ ହେଲେ ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ।

ସେହିପରି ବିରୋଧୀ ଦଳଗୁଡିକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି। ଟିଏମସି, ଆପ୍‌, କଂଗ୍ରେସ, ଏନ୍‌ସିପି, ଟିଆରଏସ ଆଦି ତାଙ୍କୁ ସମର୍ଥନ କରିଛନ୍ତି। ଆକଳନ ଅନୁସାରେ ଦ୍ରୌପଦୀ ନିର୍ବାଚନରେ ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ଭୋଟ ପାଇପାରନ୍ତି। ବିଭିନ୍ନ ରାଜନୈତିକ ଦଳଙ୍କ ସମର୍ଥନ ପରେ ୧୦,୮୬, ୪୩୧ରୁ ଏବେ ଏନଡିଏ ହାତରେ ପ୍ରାୟ ୬.୬୭ ଲକ୍ଷ ଭୋଟ ରହିଛି।

Leave A Reply

Your email address will not be published.