ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆବୁଧାବି ବିମାନବନ୍ଦର ନିକଟରେ ଡ୍ରୋନ ଷ୍ଟ୍ରାଇକ, ୨ ଭାରତୀୟଙ୍କ ସମେତ ୩ମୃତ

ଦୁବାଇ: ଅବୁଧାବିର ନୂଆ ଅନ୍ତାର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଭୟଙ୍କର ଡ୍ରୋନ ଷ୍ଟ୍ରାଇକରେ ୩ ଜଣଙ୍କର ମୃତ୍ଯୁ ଘଟିଥିବା ଜଣାପଡ଼ିଛି।  ଏୟାରପୋର୍ଟ ନିକଟରେ ଥିବା ୩ଟି ତେଲ ବୋଝେଇ ଟ୍ୟାଙ୍କର ଉପରେ ଏପରି ହମଲା କରାଯାଇଥିଲା। ଫଳରେ ଭୟଙ୍କର ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨ ଭାରତୀୟ ଓ ଜଣେ ପାକିସ୍ତାନୀ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ୟେମେନରେ ଥିବା ଇରାନ ସମର୍ଥିତ ଇହୁଦି ବିଦ୍ରୋହୀ ଗୋଷ୍ଠୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

ଆଜିର ଆକ୍ରମଣ ସମ୍ପର୍କରେ ୟୁଏଇ ପୁଲିସ କହିଛି, ୩ଟି ତେଲ ଟ୍ୟାଙ୍କର୍‌କୁ ଟାର୍ଗେଟ କରି ଆଜି ଡ୍ରୋନ ଦ୍ୱାରା ହମଲା କରାଯାଇଥିଲା। ଏଥିଯୋଗୁ ନୂଆ ଏୟାରପୋର୍ଟ ପାଇଁ ଚାଲିଥିବା ନିର୍ମାଣ ସ୍ଥଳରେ ମଧ୍ୟ ନିଆଁ ଲାଗିଯାଇଛି। ଘଟଣା ବେଳେ ସେଠାରେ ଉପସ୍ଥିତ ଥିବା ୩ ଜଣ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତକୁ ଆସି ସାରିଥିବା ପୁଲିସ କହିଛି।

 

Leave A Reply

Your email address will not be published.