ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ; ହନିଟ୍ରାପରେ ପଡି ପାକିସ୍ତାନକୁ ଦେଉଥିଲା ଗୋପନୀୟ ତଥ୍ୟ

ନୂଆଦିଲ୍ଲୀ: ହନି ଟ୍ରାପରେ ପଡ଼ି ଦେଶର ସୁରକ୍ଷାକୁ ନେଇ ଗୁପ୍ତ ତଥ୍ୟ ଶତ୍ରୁ ଦେଶ ପାକିସ୍ତାନକୁ ହସ୍ତାନ୍ତର କରୁଥିଲା ବୈଦେଶିକ ମନ୍ତ୍ରଣାଳୟର ଜଣେ ଡ୍ରାଇଭର । ଆଜି ଏପରି ଜଣେ ବ୍ୟକ୍ତିକୁ ଦିଲ୍ଲୀ ପୁଲିସ୍‌ ଗୁଇନ୍ଦା ସଂସ୍ଥା ସହଯୋଗରେ ଗିରଫ କରିଛି। ବୈଦେଶିକ ମନ୍ତ୍ରାଳୟର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ପଠାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପାକିସ୍ତାନର ଆତଙ୍କୀ ସଂଗଠନ ଆଇଏସଆଇ ତରଫରୁ ଏହି ଡ୍ରାଇଭର ଜଣଙ୍କୁ ହନିଟ୍ରାପରେ ଫସାଇ ଦେଇଥିଲା ।

ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ଏବେ ମନ୍ତ୍ରଣାଳୟର ଆଉ କୌଣସି କର୍ମଚାରୀ କିମ୍ବା ଅଧିକାରୀ ଏହି ମାମଲାରେ ଜଡ଼ିତ ଅଛନ୍ତି କି ନାହିଁ, ତା’ର ତଦନ୍ତ ପୁଲିସ୍‌ ଓ ଗୁଇନ୍ଦା ବିଭାଗ ଆରମ୍ଭ କରିଛି। ତେବେ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେ ଆଇଏସଆଇକୁ ପଠାଇଛି ତା ଉପରେ ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.