ବନ୍ଦ ହେବ ରାଜ୍ୟରେ ଡ୍ରାଇଭ୍ ଇନ୍ ଏବଂ ଡୋରଷ୍ଟେପ୍ କୋଭିଡ୍ ଟିକା କରଣ

ରାଜ୍ୟରେ ବନ୍ଦ ହେବ ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପ୍ ଟିକାକରଣ । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନରେ ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପ୍ ଟିକାକରଣ ବ୍ୟବସ୍ଥା ନଥିବାରୁ କହିଛନ୍ତି ଏସିଏସ୍ । ତେଣୁ ଏହି ପ୍ରକ୍ରିୟାକୁ ବନ୍ଦ କରିବାକୁ ଚିଠି ଲେଖାଯାଇଛି ।
ନିୟମ ମୁତାବକ ଟିକା କରଣ କୋଠରୀରେ ଟିକା କରଣ କରାଯାଇଥାଏ । ଏଠାରେ ଅଧଘଣ୍ଟା ପର୍ଯ୍ୟନ୍ତ ଅବଜରଭେସନ୍ରେ ରଖାଯାଏ । କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ ତୁରନ୍ତ ଚିକିତ୍ସା କରିବାର ଆବଶ୍ୟକତା ରହିଛି । ସେଠାରେ ପ୍ରତୀକ୍ଷା ସ୍ଥାନ, ବିଶ୍ରାମ ସ୍ଥାନ ରହିବା ଆବଶ୍ୟକ । ମାତ୍ର ଡ୍ରାଇଭ୍ ଇନ୍ ଏବଂ ଡୋର୍ ଷ୍ଟେପ୍ ଟିକା କରଣରେ ଏହି ବ୍ୟବସ୍ଥା ନଥାଏ । ତେବେ ଡ୍ରାଇଭ-ଇନ୍ ଓ ଡୋର-ଷ୍ଟେପ୍ ଟିକାକରଣ ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ ସମ୍ଭାଳିବା କଷ୍ଟକର । ଏପରିକି ଟିକା ମଧ୍ୟ ନଷ୍ଟ ହେବ । ଏସବୁ ଦୃଷ୍ଟିରୁ ଡ୍ରାଇଭ-ଇନ୍ ଓ ଡୋର-ଷ୍ଟେପ୍ ଟିକାକରଣରୁ ନିବୃତ୍ତ ରହିବା ଲାଗି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।