ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୃଶ୍ୟମ-୨ର ସଫଳତା ପରେ ନିର୍ଦ୍ଦେଶକ ଅଭିଷେକ ପାଠକଙ୍କ ଘୋଷଣା ଆସିବ ଦୃଶ୍ୟମ-୩

ମୁମ୍ବାଇ : ବଲିଉଡ ସିଙ୍ଘମ ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦୃଶ୍ୟମ-୨’ ବର୍ତ୍ତମାନ ସୁପରହିଟ୍‌ ହୋଇଛି। ଶୁକ୍ରବାର ରିଲିଜ୍‌ ହୋଇଥିବା ଏହି ଚଳଚିତ୍ର ଭଲ ବ୍ୟବସାୟ କରୁଛି।ଆଜି ପର୍ଯ୍ୟନ୍ତ ଚଳଚିତ୍ରଟି ପ୍ରାୟ ୮୦ କୋଟିର ଆୟ କରିସାରିଥିବା ବେଳେ ଖୁବ୍‌ ଶିଘ୍ର ୧୦୦ କୋଟି କ୍ଲବରେ ସାମିଲ ହେବ। ସସପେନ୍ସ, ରୋମାଞ୍ଚ ଏବଂ କ୍ଲାଇମାକ୍ସରେ ପରିପୂର୍ଣ୍ଣ ଫିଲ୍ମ ‘ଦୃଶ୍ୟମ ୨’ ବର୍ତ୍ତମାନ ଦର୍ଶକଙ୍କ ପସନ୍ଦ ପାଲଟିଥିବା ବେଳେ ନିର୍ଦ୍ଦେଶକ ଅଭିଷେକ ପାଠକ ଦର୍ଶକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ଦୃଶ୍ୟମ- ୨ର ସଫଳତା ପରେ ସେ ଦୃଶ୍ୟମ-୩ ନେଇ ଘୋଷଣା କରିଛନ୍ତି।

ନିକଟରେ ଏକ ନିର୍ଦ୍ଦେଶକ ଅଭିଷେକ ପାଠକ ଦୃଶ୍ୟମ- ୨କୁ ନେଇ ଏକ ସାକ୍ଷାତକାରରେ କହିଛନ୍ତି, ଫିଲ୍ମଟି ଦର୍ଶକଙ୍କ ଏତେ ପସନ୍ଦ ଆସିବ ଜଣାନଥିଲା। ଆମେ କଠିନ ପରିଶ୍ରମ କରିଥିଲୁ। ଦର୍ଶକଙ୍କୁ ସସପେନ୍ସ, ରୋମାଞ୍ଚ ଦେବାକୁ ଭରପୁର ପ୍ରୟାସ କରିଥିଲୁ କିନ୍ତୁ ଦର୍ଶକଙ୍କଠାରୁ ଆମେ ଏପରି ପାଇବା ମିଳିବ କେବେ ଭାବିନଥିଲୁ। ଆମେ ଯାହା ଆଶା କରିଥିଳଉ ଦର୍ଶକଙ୍କୁ ତାହାଠୁ ଅଧିକ ମିଳିଛି। ଦର୍ଶକଙ୍କ ଭଲ ପାଇବାକୁ ଦେଖି ଆମେ ଦୃଶ୍ୟମ-୩ ଆଣିବୁ ବୋଲଇ ଯୋଜନା କରୁଛୁ। ଖୁବ୍‌ଶିଘ୍ର ଷ୍ଟୋରୀ ଲେଖା ଆରମ୍ଭ ହେବ।

ଦୃଶ୍ୟମ- ୨ରେ ଅଜୟ ଦେବଗନ ବିଜୟ ସଲଗାଓଁକର ଚରିତ୍ରରେ ଅଭିନୟ କରିଛନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଜୟ ଫିଲ୍ମ ପାଇଁ ୩୦ କୋଟି ଟଙ୍କାର ପାରିଶ୍ରମିକ ନେଇଛନ୍ତି।ତବୁ ଆଇଜି ମୀରା ଦେଶମୁଖ ଭୂମିକାରେ ନଜର ଆସିଛନ୍ତି। ସେ ‘ଦୃଶ୍ୟମ-୨’ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ନେଇଛନ୍ତି।ଆଇଜି ତରୁଣ ଭୂମିକାରେ ଅଭିନୟ କରିଥିବା ଅକ୍ଷୟ ଖନ୍ନା ଫିଲ୍ମ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ପାରିଶ୍ରମିକ ନେଇଛନ୍ତି।

ସିକ୍ଵେଲ ପାର୍ଟରେ ବି ଶ୍ରୀୟା ସରନ ଅଭିନୟ କରିଛନ୍ତି। ତାଙ୍କୁ ନନ୍ଦିନୀ ସଲଗାଓଁକର ଚରିତ୍ରରେ ଦେଖିବାକୁ ମିଳିଛି। ସେ ୨ କୋଟି ଟଙ୍କାର ଫି ନେଇଛନ୍ତି। ଅଜୟ ଦେବଗନଙ୍କ ଝିଅ ଅଞ୍ଜୁ ସଲଗାଓଁକର ଚରିତ୍ରରେ ନଜର ଆସିଛନ୍ତି ଇଶିତା ଦତ୍ତ। ରିପୋର୍ଟ ଅନୁଯାୟୀ, ସେ ଫି ବାବଦରେ ଏକ କୋଟି ୨୦ ଲକ୍ଷ ଟଙ୍କା ନେଇଛନ୍ତି। ମୀରାଙ୍କ ସ୍ଵାମୀ ଭୂମିକାରେ ଥିବା ଅଭିନେତା ରଜତ କପୁର ଏକ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ଶିଶୁ ଚରିତ୍ରରେ ଅଭିନୟ କରିଥିବା ମୃଣାଲ ଯାଧବ ୨୦ ରୁ ୫୦ ଲକ୍ଷ ଟଙ୍କା ମଧ୍ୟରେ ଫି ନେଇଛନ୍ତି।

Leave A Reply

Your email address will not be published.