ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚର୍ଚ୍ଚାରେ ୪ ବର୍ଷର ‘ମଡେଲ ବ୍ଲେସି’: ଶିଆଳିପତ୍ରରେ ଡ୍ରେସ୍‍, ମାସ୍କ

ଦାରିଙ୍ଗବାଡି: ଶିଆଳି ପତ୍ରରେ ପ୍ରସ୍ତୁତ ପୋଷାକ ଓ ମାସ୍କ ପିନ୍ଧା ଜଣେ ୪ ବର୍ଷର ଶିଶୁଙ୍କ ଫଟୋ ଏବେ ଦାରିଙ୍ଗବାଡି ଅଞ୍ଚଳରେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି। ଶିଆଳି ପତ୍ରରେ ଫୁଲ ଗୁନ୍ଥି ହେଡ୍‍କ୍ଲିପ୍‍ ମଧ୍ୟ ତିଆରି କରିଛି। ଝିଅଟି ଜଙ୍ଗଲ ମଧ୍ୟରେ ଏକ ପଥର ଉପରେ ଛିଡା ହୋଇ ଫଟୋ ପୋଜ୍‍ ଦେଇଛି। ଫଟୋଟି ବେଶ୍‍ ସୁନ୍ଦର ହୋଇଥିବାବେଳେ କେହି ଜଣେ ଏହି ଫୋଟ ଉଠାଇ ଫେସ୍‌ବୁକରେ ପୋଷ୍ଟ କରିଛି। ଯେ କେହି ଦେଖୁଛି ଏହାକୁ ସେୟାର କରୁଛି। ଏନେଇ ଅନୁସନ୍ଧାନ କରିବାରୁ ଜଣାପଡ଼ିଛି ଯେ, ସମ୍ପୃକ୍ତ ୪ବର୍ଷର ଶିଶୁ ହେଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତେରାବାଡ଼ି ଗ୍ରାମର କୁନିଝିଅ ବ୍ଲେସି ପ୍ରଧାନ। କୁନି ଝିଅର ଫଟୋଟି କୌଣସି ମଡେଲ୍‍ଙ୍କ ପୋଜ୍‍ ଠାରୁ ମଧ୍ୟ କମ୍‍ ନୁହେଁ। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକର ବଣପାହାଡ଼ ଘେରା ଅଞ୍ଚଳରେ ବହୁ ପ୍ରତିଭା ରହିଥିବାର ଏହା ଏକ ନମୁନା ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.