ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ରର ସଫଳ ପରିକ୍ଷଣ

ବାଲେଶ୍ବର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରପୁଲସନ୍ ଟେକ୍ନୋଲୋଜିରେ ବିକଶିତ ଦୀର୍ଘ ଦୂରଗାମୀ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ରର ପରିକ୍ଷଣରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO)କୁ ଆଉ ଏକ ସଫଳତା ମିଳିଛି । ଓଡ଼଼ିଶା ଉପକୂଳର ଚାନ୍ଦିପୁରରୁ ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍ (SDRF)ର ସଫଳ ପରୀକ୍ଷଣ କରିଛି ଡିଆରଡିଓ ।

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାକୁ ପରୀକ୍ଷା କରାଯାଇଥିଲା। ଯାହାର ଲକ୍ଷ୍ୟ ଭେଦ କ୍ଷମତା ୧୨୦ କିମି ରହିଛି। କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍ ରାମଜେଟର ସଫଳ ପ୍ରଦର୍ଶନ ଡିଆରଡିଓକୁ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ନେଇଛି । ଏହା ଦୂରଗାମୀ ଏୟାର-ଟୁ-ଏୟାର ମିସାଇଲ୍ ବିକଶିତ କରିବା କ୍ଷେତ୍ରରେ ସାହାଯ୍ୟ କରିବ । ଟେଷ୍ଟ ସମୟରେ ମିସାଇଲରେ ବୁଷ୍ଟର ମୋଟର ବ୍ୟବହାର କରାଯାଇଥିଲା ।

ମିସାଇଲର କାର୍ଯ୍ଯଦକ୍ଷତା ତଥ୍ୟ ଆଇଟିଆରର ଇଲେକ୍ଟ୍ରୋ ଅପ୍ଟିକାଲ, ରାଡାର ଏବଂ ଟେଲିମେଟ୍ରି ଦ୍ୱାରା ମନିଟର କରାଯାଇଥିଲା । ପରୀକ୍ଷଣକୁ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ, ଡିଆରଡିଏଲ୍, ଆରସିଆଇ ଏବଂ ଏଚଇଏମ୍ଆରଏଲ୍ ତତ୍ତ୍ୱାବଧାନରେ କରାଯାଇଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓର ବୈଜ୍ଞାନିକ, ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.