ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରତିରକ୍ଷା ସୁରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା, ଚାନ୍ଦିପୁରରୁ SFDR ବୁଷ୍ଟର ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ପ୍ରତିରକ୍ଷା ସୁରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଡକ୍ଟେଡ୍‌ ରାମଜେଟର ବୁଷ୍ଟର (SFDR ) ମିସାଇଲର ସଫଳ ପରୀକ୍ଷଣ । ସୂଚନା ମୁତବାକ ଦିନ ସାଢ଼େ ଦଶଟା ସମୟରେ ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ବୁଷ୍ଟର ମିସାଇଲ ପରୀକ୍ଷା କରାଯାଇଛି । ପରୀକ୍ଷଣ ସମୟରେ ସ୍ଥିରିକୃତ ସମସ୍ତଲକ୍ଷ୍ୟକୁ ବୁଷ୍ଟର ମିସାଇଲ ସଫଳତାର ସହ ପୁରା କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।


ବାଲେଶ୍ବର ଚାନ୍ଦିପୁର ସ୍ଥିତ ଇଣ୍ଟ୍‌ଗ୍ରେଟଡ ଟେଷ୍ଟ ରେଞ୍ଜରେ ଏହି ପରୀକ୍ଷଣ ହୋଇଛି।  ଏହି ମିସାଇଲ ୩୫୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଶବ୍ଦର ଗତିଠାରୁ ୪ଗୁଣ ଅଧିକ ବେଗରେ ଏହା ଗତି କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ମିସାଇଲର ସଫଳ ପରୀକ୍ଷଣ ନେଇ DRDO ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ଭାରତୀୟ ପ୍ରତିରକ୍ଷା ବିଜ୍ଞାନ ସଂସ୍ଥା ଦିନକୁ ଦିନ ସଶକ୍ତ ହେବାରେ ଲାଗିଛି । SFDR ଜ୍ଞାନକୌଶଳକୁ କୌଣସି ଆକାଶୀ ଟାର୍ଗେଟକୁ ଇଣ୍ଟରସେପ୍ଟ କରିବାକୁ ବ୍ୟବହାର ହୋଇଥାଏ। ସୁପରସୋନିକ୍ ସ୍ପିଡରେ ଆସୁଥିବା କୌଣସି ଦୂରଗାମୀ ମିସାଇଲକୁ ଇଣ୍ଟରସେପ୍ଟ କରିବାରେ ଏହାକୁ ବ୍ୟବହାର ହୋଇଥାଏ । ଏହା ହାଇଦ୍ରାବଦସ୍ଥିତ  DRDL ଓ DRDOର ମିଳିତ ପ୍ରୟାସରେ ବିକଶିତ ହୋଇଛି।


ତେବେ ଆଜିର ପରୀକ୍ଷଣ ସମୟରେ ଏହା ସମସ୍ତ ଲକ୍ଷ୍ୟକୁ ହାସଲ କରିଛି ।ଫଳରେ ଆଜିର ପରୀକ୍ଷଣ ପରେ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହୃତ ସମସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଜଟିଳ ମିସାଇଲ୍ ସିଷ୍ଟମ ସଠିକ ଭାବରେ କାର୍ଯ୍ୟ କରୁଥିବା କୁହାଯାଇଛି । ଅନ୍ୟପଟେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଡକ୍ଟେଡ୍‌ ରାମଜେଟର ବୁଷ୍ଟର (SFDR ) ମିସାଇଲର ସଫଳ ପରୀକ୍ଷଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ଖୁସିବ୍ୟକ୍ତ କରିବା ସହ DRDOକୁ ଶୁଭେଚ୍ଛ ଜଣାଇଛନ୍ତି।

Leave A Reply

Your email address will not be published.