ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାଶିବରାତ୍ରି ଅବସରରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା, ୩ଟି କାଟାଗୋରିରେ କୃତୀ ପ୍ରତିଯୋଗୀଙ୍କୁ କରାଗଲା ପୁରସ୍କୃତ

ଭୁବନେଶ୍ୱର: ‘ନନ୍ଦିଘୋଷ ଟିଭି’ ଓ ‘ସକାଳ’ ପରିବାର ପକ୍ଷରୁ ବୁଦ୍ଧ ପାର୍କରେ ଆୟୋଜିତ ହୋଇଛି ହର ହର ମହାଦେବ ଚିତ୍ରାଙ୍କନ ପ୍ରତିଯୋଗିତା । ମହାଶିବରାତ୍ରୀ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରଥମରୁ ତୃତୀୟ, ଚତୁର୍ଥରୁ ଷଷ୍ଠ ଓ ସପ୍ତମରୁ ଦଶମ ୩ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା । ପିଲାମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ମାନେ ମହାଦେବଙ୍କ ଶ୍ରେଷ୍ଠ ପର୍ବ ମହାଶିବରାତ୍ରି ପାଇଁ ମହାଦେବଙ୍କ ଉପରେ ବିଭିନ୍ନ ଚିତ୍ର ଆଙ୍କିଥିଲେ।


ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା କାଟାଗୋରୀ-୧ରେ ପ୍ରିୟାଂସି ମହାପାତ୍ର ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ, ନମନ ପଣ୍ଡା ଦ୍ବିତୀୟ ଓ ଚେରି ସାହୁ ଓ ଅମ୍ରିତା ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଚତୁର୍ଥରୁ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା କାଟାଗୋରୀ-୨ରେ ଶ୍ରୀୟାଂସ ଦାସ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେହିପରି ଦ୍ୱିତୀୟରେ ଚିତ୍ରାଞ୍ଜଳି ପ୍ରିୟଦର୍ଶିନୀ ଥିବା ବେଳେ ତୃତୀୟରେ ମନିଷା ପ୍ରିୟଦର୍ଶିନୀ ନାୟକ ଓ ଚତୁର୍ଥରେ ନିଖିଲରାଜ ନାୟକ ଓ ସଚିକା ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି । ତୃତୀୟ କାଟାଗୋରିରେ ଆୟୁଷମାନ୍ ଦେହୁରି ଓ ଅନ୍ୱେଷା ମିଶ୍ର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେହିପରି ଦ୍ୱିତୀୟରେ ଶୁଭଙ୍କର ଦାସ, ତୃତୀୟରେ ଲକ୍ଷ୍ମୀ ମହାରଣା ଓ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି ଶ୍ରବଣ କୁମାର ସାହୁ । ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି।

ଏହି କାର୍ଯ୍ଯକ୍ରମରେ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର,ସକାଳ ସିଇଓ ସୁବ୍ରତ ଦାସ୍, ସକାଳର ସହକାରୀ ବାର୍ତ୍ତା ସମ୍ପାଦକ ମହେଶ୍ୱର ସାହୁ, ବ୍ୟୁରୋ ମୁଖ୍ୟ ରଣଜିତ୍‌ ମହାନ୍ତିଙ୍କ ସହ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.