ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଖି ଭିତରେ ଆଙ୍କିଲେ ତ୍ରିରଙ୍ଗା ଚିତ୍ରକଳା

ସ୍ବାଧୀନତା ଦିବସ ଯେତେ ପାଖେଇ ଆସୁଛି, ଲୋକଙ୍କ ଭିତରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ଦେଶଭକ୍ତିର ପରାକାଷ୍ଠା ଦେଖାଇବାକୁ ଯାଇ ଲୋକମାନେ ବିଭିନ୍ନ ଉପାୟ କରୁଛନ୍ତି। କିଏ ଇଣ୍ଟର୍‌ନେଟ୍‌ ମାଧ୍ୟମରେ ସୁନ୍ଦର ଗପ, କବିତା କିମ୍ବା ସାଏରି ଲେଖି ପଠାଉଛନ୍ତି ତ ଆଉ କେହି ସୁନ୍ଦର ଚିତ୍ର ମାଧ୍ୟମରେ ଦେଶଭକ୍ତିର ବାର୍ତ୍ତା ଦେଉଛନ୍ତି। ଏହି ଧାରାରେ ଜଣେ ବ୍ୟକ୍ତି ଏକ ନିଆରା ଉପାୟରେ ଦେଶଭକ୍ତିକୁ ଦର୍ଶାଇଛନ୍ତି। ତାମିଲନାଡ଼ୁର ଜଣେ ସାମାଜିକ କର୍ମୀ ଏବଂ ମିନିଏଚର୍‌ ଆର୍ଟିଷ୍ଟ୍‌ ୟୁଏମ୍‌ଟି ରାଜା ନିଜ ଆଖି ଭିତରେ ତ୍ରିରଙ୍ଗା ଅଙ୍କନ କରିଛନ୍ତି। ଏହାକୁ ପ୍ରସ୍ତୁତ କରିବା ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆଖି ଭଳି ସୂକ୍ଷ୍ମ ଅଙ୍ଗରେ ରାଜାଙ୍କର ଏଭଳି ଅସାଧାରଣ କାର୍ଯ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ରାଜା କହିଛନ୍ତି ଯେ, ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ସେ ଏଭଳି ଚିତ୍ରକଳା କରିଛନ୍ତି। ଏହାକୁ ଲୋକମାନେ ବେଶ୍‌ ପସନ୍ଦ କରୁଛନ୍ତି। କିନ୍ତୁ ଏହି ଭିଡିଓ ସହିତ ରାଜା ଅନ୍ୟମାନଙ୍କୁ ଏଭଳି କାର୍ଯ୍ୟ ନ କରିବା ପାଇଁ ସଚେତନ କରାଇଛନ୍ତି। ସେ କହିଛନ୍ତି, ଏହି ଚିତ୍ରକଳା କରିବା ପୂର୍ବରୁ ସେ ଚକ୍ଷୁ ବିେଶଷଜ୍ଞଙ୍କ ପରାମର୍ଶ ନେଇଥିଲେ। ଚକ୍ଷୁ ବିଶେଷଜ୍ଞ ତାଙ୍କୁ ପରାମର୍ଶ ଦେଇଥିଲେ ଯେ, ଆଖି ଭିତରେ କିଛି ଚିତ୍ର କରିବା ଦ୍ବାରା ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପଡ଼ିଥାଏ ଏବଂ ଆଖି ଜଳାପୋଡ଼ା ବା କୁଣ୍ଡେଇ ହୁଏ। ତେଣୁ ଆଖି ଭିତରେ ଏଭଳି କୌଣସି ପ୍ରକାର ଚିତ୍ର କରିବା ଉଚିତ ନୁହେଁ।

Leave A Reply

Your email address will not be published.