ପରୀକ୍ଷା ପ୍ରସ୍ତୁତି ବେଳେ ଏହି ଭୁଲ୍ କରନ୍ତୁନି….

ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମକୁ ଭୁଲିଯିବା ଉଚିତ। ଏହା ସହ ପିଲାମାନେ ମୋବାଇଲଠାରୁ ଯଥାସମ୍ଭବ ଦୂରେଇ ରହିବା ଆବଶ୍ୟକ।
–ଏହି ସମୟରେ କୌଣସି ନୂଆ ବିଷୟ ଉପରେ ସମୟ ନଷ୍ଟ ନ କରି କେବଳ ରିଭିଜନ୍ ଉପରେ ଗୁରୁତ୍ବ ଦିଅନ୍ତୁ।
–ବୋର୍ଡ ପରୀକ୍ଷା ସମୟରେ ଏଭଳି କିଛି ଖାଦ୍ୟ ଖାଆନ୍ତୁ ନାହିଁ, ଯେଉଁଥିରେ ସ୍ବାସ୍ଥ୍ୟ ଖରାପ ହେବ।
–ପରୀକ୍ଷା ବେଳେ ସମୟସୀମା ମଧ୍ୟରେ କାମ କରିବା ଦରକାର। ସେଥିପାଇଁ ସମୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।
–ଭୟଭୀତ ନ ହୋଇ ଶାନ୍ତ ମନରେ ପାଠ ଉପରେ ଧ୍ୟାନ ଦିଅନ୍ତୁ।
–ପରୀକ୍ଷା ଯୋଗୁଁ ଅନେକ ପିଲା କମ୍ ଶୁଅନ୍ତି। ଏଭଳି କରିବା ଠିକ୍ ନୁହେଁ। ଉପଯୁକ୍ତ ନିଦ୍ରା ଯାଆନ୍ତୁ।
–ଖଟ ଉପରେ ପଢ଼ାପଢ଼ି ନ କରି ଚେୟାର୍ ଉପରେ ବସି ପଢ଼ନ୍ତୁ।