ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧନତେରାସରେ କିଣନ୍ତୁନି ଏହିସବୁ ଜିନିଷ, ମାଡି ଆସିବ ଦୁର୍ଭାଗ୍ୟ

ଧନତେରାସ ଦିନ କିଛି ଜିନିଷ କିଣିବା ଦ୍ବାରା ମା’ ଲକ୍ଷ୍ମୀଙ୍କ କୃପାପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ଏମିତି କିଛି ଜିନିଷ ଅଛି, ଯାହାକୁ ଧନତେରାସ ଦିନ କିଣିବା ଅଶୁଭ ହୋଇଥାଏ ଏବଂ ଦୁର୍ଭାଗ୍ୟ ଆସିଥାଏ। ତେବେ ଆସନ୍ତୁ ଜାଣିବା ଧନତେରାସରେ କେଉଁ ସବୁ ଜିନିଷ କିଣିବା ଅନୁଚିତ।

  • ଘରକୁ ସଜାଇବା ପାଇଁ ଚୀନା ମାଟିର କୌଣସି ଜିନିଷ ଏହି ଦିନ କିଣନ୍ତୁ ନାହିଁ। ଏହା ଆଦୌ ଶୁଭ ହୋଇ ନ ଥାଏ।
  • ଧନତେରାସରେ ବାସନ କିଣିବାର ପରମ୍ପରା ଅଛି। ଏଥିପାଇଁ ପିତ୍ତଳ ଓ ତମ୍ବା ଭଳି ଶୁଦ୍ଧ ଧାତୁର ବାସନ କିଣିପାରିବେ। କିନ୍ତୁ ଷ୍ଟିଲ୍‌ ବାସନ କିଣନ୍ତୁ ନାହିଁ। ଏହା ରାହୁର କାରକ ହୋଇଥିବାରୁ ଧନତେରାସରେ ଷ୍ଟିଲ୍‌ କିଣିବା ଯୋଗୁଁ ଦୁର୍ଭାଗ୍ୟ ଆସିଥାଏ।
  • ଧନତେରାସରେ ଆଲୁମିନିୟମ୍‌ ବାସନ କିଣନ୍ତୁ ନାହିଁ କିମ୍ବା ସେଥିରେ ରୋଷେଇ କରନ୍ତୁ ନାହିଁ।
  • କଳା ରଙ୍ଗ ଯୋଗୁଁ ଶନିଙ୍କର ପ୍ରଭାବ ରହିଥାଏ। ତେଣୁ ଧନତେରାସରେ କଳା ରଙ୍ଗର କୌଣସି ବସ୍ତୁ କିଣିବା ଶୁଭ ହୋଇ ନ ଥାଏ।
  • କାଚ କିମ୍ବା ପ୍ଲାଷ୍ଟିକ୍‌ ଜିନିଷ ମଧ୍ୟ ଧନତେରାସରେ କିଣିବା ଶୁଭ ନୁହେଁ। କାରଣ କାଚରେ ରାହୁର ପ୍ରଭାବ ରହିଥିବାରୁ, ଏହାଦ୍ବାରା ଘରର ସୁଖ ସମୃଦ୍ଧି ବାଧାପ୍ରାପ୍ତ ହୁଏ।
Leave A Reply

Your email address will not be published.