ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚିଲିକାରେ ଚାଲିଛି ଡଲଫିନ ଗଣନା

ବ୍ରହ୍ମଗିରି: ଆଜି ଚିଲିକାରେ ଡ଼ଲଫିନ ଗଣନା ଚାଲିଛି। ଏହି ଗଣନା ପାଇଁ ଦୁଇଟି ରେଞ୍ଜକୁ ୩ଟି ସେକ୍ଟରରେ ବିଭକ୍ତ କରି ସକାଳ ୬ଟାରୁ ଆରମ୍ଭ ହୋଇଛି । ବାଲୁଗାଁ ରେଞ୍ଜରୁ ୧୦ଟି ଦଳ ଏବଂ ସାତପଡ଼ା ରେଞ୍ଜରୁ ୮ଟି ଦଳ ଏପରି ମୋଟ ୧୮ ଦଳ ଏହି ଗଣନା କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି। ଡ଼ଲଫିନ ଗଣନାରେ ବନବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଡ଼ଲଫିନ ଗବେଷକ, ପରିବେଶବିତ, ପ୍ରାଣୀ ବିଜ୍ଞାନ ଅଧ୍ୟାପକ, ଡଙ୍ଗା ଚାଳକ ସଂଘ ଏବଂ ସ୍ବେଚ୍ଛାସେବୀମାନେ ସାମିଲ ହୋଇଛନ୍ତି।  ପ୍ରତ୍ୟେକ ଦଳରେ ୫ ରୁ ୬ ଜଣ ଗଣନାକାରୀ ରହିଛନ୍ତି । ଡ଼ଲଫିନ ଗଣନା ପାଇଁ ଆଜି ମଧ୍ୟାହ୍ନ ୧୨ ପର୍ଯ୍ଯନ୍ତ ଚିଲିକାରେ ଡଙ୍ଗା ଏବଂ ଭେସଲ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.