ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୁକୁଡ଼ା ଖାଇଦେବାରୁ କୁକୁରକୁ ଗୁଳି କରି ହତ୍ୟା

ଖଣ୍ଡଗିରି: କରୋନା ମହାମାରୀ ସମୟରେ କିଛି ଲୋକ ବୁଲା ଜୀବଜନ୍ତୁ ମାନଙ୍କୁ ଖାଦ୍ୟ ଯୋଗାଉଥିବା ବେଳେ ଆଉ କିଛି ମଣିଷ ବର୍ବରତାର ସୀମା ଟପୁଛନ୍ତି। ପାଳିତ କୁକୁଡ଼ା ଛୁଆଙ୍କୁ ଖାଇଦେବାରୁ ଦୁଇଟି କୁକୁରଙ୍କୁ ଗୁଳି କରିଛନ୍ତି ଜଣେ ଯୁବକ। ଏଥିରେ ଗୋଟିଏ କୁକୁରର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ କୁକୁର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି। ଏଭଳି ଘଟଣା ଘଟିଛି ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ଅଞ୍ଚଳରେ।

ମିଳିଥିବା ସୂଚନା ଅନୁଯାୟୀ, ଜାଗମରା ଅଞ୍ଚଳର ବାବୁନା ନିଜ ଘରେ କିଛି କୁକୁଡ଼ା ପାଳିଥିଲେ। ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା କିଛି ବୁଲା କୁକୁର କୁକୁଡ଼ାଙ୍କୁ ଖାଇ ଦେଉଥିବାରୁ ତାଙ୍କ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା। ସେ କୁକୁରଙ୍କୁ ପାନେ ଦେବେ ବୋଲି ଚିନ୍ତା କରିଥିଲେ। ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ୨ଟି କୁକୁର ତାଙ୍କ କୁକୁଡ଼ାକୁ ଖାଇବାକୁ ଆସିଥିବା ବେଳେ ବାବୁନା ତାଙ୍କୁ ଗୁଳି କରିଥିଲେ। ଏଥିରେ ଗୋଟିଏ କୁକୁରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଓ ଅନ୍ୟ ଗୋଟିଏ କୁକୁରର ପିଞ୍ଜରାରେ ଗୁଳି ବାଜିବାରୁ ତା’ର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଖବର ପାଇ ‘ସେବା ହିଁ ସଙ୍କଳ୍ପ’ ସଙ୍ଗଠନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ କୁକୁରକୁ ଉଦ୍ଧାର କରି ଚିକିତ୍ସା ପାଇଁ ଏକ ସେଲଟର୍‍ରେ ଭର୍ତ୍ତି କରିଥିଲେ। ଏନେଇ ‘ସେବା ହିଁ ସଙ୍କଳ୍ପ’ ସଙ୍ଗଠନ ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇବା ପରେ ଏଭଳି ଅମାନୁଷିକ କାଣ୍ଡ ଭିଆଇ ଥିବା ବାବୁନା ପଟ୍ଟନାୟକକୁ ପୁଲିସ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।

Leave A Reply

Your email address will not be published.