ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛୁଟି ଦିନରେ ସେବା ଦେଇ ମହାନିୟତା ଦେଖାଇଲେ ଏମକେସିଜିର ଡାକ୍ତର ଓ ୮ ନର୍ସିଂ ଅଫିସର

ଦୀପାବଳିରେ ୨୫ କିଡନୀ ରୋଗୀଙ୍କ ଡାଏଲେସିସ୍‌ ହେଲା

ବ୍ରହ୍ମପୁର: ସେବା ହିଁ ପରମ ଧର୍ମ । କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ସେବା ପାଇଁ ହିଁ ପ୍ରତିଜ୍ଞା ନେଇଥାନ୍ତି ଡାକ୍ତର । ଏହା ଆଜି ପ୍ରମାଣିତ କରିଛନ୍ତି ଏମକେସିଜି ମେଡିକାଲ କଲେଜର ଡାଏଲେସିସ୍‌  ବିଭାଗର ନସିଂ ଇନ୍‌ଚାର୍ଜ ଗୀତାଞ୍ଜଳି ଗନ୍ତାୟତ । ସମସ୍ତଙ୍କ ପାଇଁ ପର୍ବ ଏବଂ ଛୁଟିଦିନ ଥିବା ବେଳେ ଡାକ୍ତର ରୋଗୀଙ୍କ ପାଇଁ ସବୁବେଳେ ତୟାର ବୋଲି ସେ କହିଛନ୍ତି । ଏହିଭଳି ଏକ ଭଲ ଖବର ଗତକାଲି ଏମକେସିଜି ମେଡିକାଲ କଲେଜର ସୁପରଷ୍ପେସାଲିଟି କୋଠାରେ ଥିବା ଡାଏଲେସିସ୍‌ ବିଭାଗରେ ଦେଖିବାକୁ ମିଳିଛି । ଦୀପାବଳି ଭଳି ଛୁଟି ଦିନରେ ମଧ୍ୟ ୨୫ ଜଣ କିଡ୍‌ନି ରୋଗୀଙ୍କ ଡାଏଲେସିସ୍‌ କରି ନିଜର ମହାନିୟତା ଦେଖାଇଛନ୍ତି ସେହି ବିଭାଗର ଡାକ୍ତର ଓ ୮ ନର୍ସିଂ ଅଫିସର । ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ରତି ରବିବାର ରୋଗୀଙ୍କ ପାଇଁ ଡାଏଲେସିସ୍‌ ସେବା ବନ୍ଦ ରହେ । ହେଲେ ସୋମବାର ଦିନ ଦୀପାବଳି ଥିଲା । ରବିବାର ଛୁଟି ଏବଂ ସୋମବାର ବନ୍ଦ ରହିଲେ ଡାଏଲେସିସ୍‌ ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ସମସ୍ୟା ସୃଷ୍ଟି ହେବା ଆଶଙ୍କାକୁ ଦୃଷ୍ଟିରେ ଉକ୍ତ ବିଭାଗର ନର୍ସିଂ ଅଫିସର ଓ କର୍ମଚାରୀ ମାନେ ଦୀପାବଳି ଭଳି ଦିନଟି ମଧ୍ୟ ରୋଗୀଙ୍କ ସେବା ପାଇଁ ଉତ୍ସର୍ଗ କରିଛନ୍ତି । ସେମାନେ ଗତକାଲି ଦୀପାବଳିରେ ୨୫ଜଣ କିଡ଼ନୀ ରୋଗୀଙ୍କୁ ଡାଏଲେସିସ୍‌ କରିଛନ୍ତି ।

ଏହି କାର୍ଯ୍ୟରେ ଆସିଷ୍ଟାଣ୍ଡ ପ୍ରଫେସର ଡା.ଅମରେନ୍ଦ୍ର ଜେନା, ଟେକ୍‌ନିସିଆନ୍‌ ଶିଶିର କୁମାର ଦାଶ, ବିଭାଗୀୟ ନର୍ସିଂ ଇନ୍‌ଚାର୍ଜ ଗୀତାଞ୍ଜଳି ଗନ୍ତାୟତଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଆଜି ସୂର୍ଯ୍ୟ ପରାଗ ଯୋଗୁଁ ସରକାରୀ ଛୁଟି ହୋଇଥିଲେ ମଧ୍ୟ ଏହି ବିଭାଗ କର୍ମଚାରୀ ମାନେ ଆଜି ମଧ୍ୟ ରୋଗୀଙ୍କୁ ସେବା ଯୋଗାଇଛନ୍ତି । ଦୀପାବଳି ଓ ଚନ୍ଦ୍ରଗ୍ରହଣ ଭଳି ଛୁଟି ଦିନରେ ମଧ୍ୟ ସେବା ପାଇ ଅନେକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଏହି କର୍ମଚାରୀମାନଙ୍କ ମହାନିୟତାକୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏମକେସିଜି ଡାଏଲେସିସ୍‌ ବିଭାଗରେ ପ୍ରତ୍ୟେକ ଦିନ ସକାଳ ସମୟରେ ୧୨ ଜଣ ଓ ସନ୍ଧ୍ୟା ସମୟରେ ୧୨ ଜଣଙ୍କୁ ମିଶାଇ ମୋଟ ୨୪ ଜଣଙ୍କ ଡାଏଲେସିସ୍‌ ହେଉଥିବା ବେଳେ ଗୋଟିଏ ଦିନ ଛୁଟି ପଡିଲେ ସେହି ଦିନର ୨୪ ଜଣଙ୍କ ଡାଏଲେସିସ୍‌ ଭାର ପୁଣି ଅନ୍ୟ ଦିନରେ ପଡିବ । ତେଣୁ ଛୁଟି ନେଇ ରହିବା ଅର୍ଥ ରୋଗୀଙ୍କୁ ହଇରାଣ ହିଁ କରିବା କଥା ବୋଲି ବିଭାଗୀୟ ନର୍ସିଂ ଇନ୍‌ଚାର୍ଜ ଗୀତାଞ୍ଜଳି ଗନ୍ତାୟତ କହିଛନ୍ତି । ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଡାଏଲେସିସ୍‌ ପାଇଁ ରୋଗୀଙ୍କ ନମ୍ବର ବୁକ୍‌ ହୋଇ ରହିଯାଇଛି । ତେଣୁ ଛୁଟି ନେବା ନିହାତି କଷ୍ଟକର ବୋଲି ସେ କହିଛନ୍ତି । ରବିବାର ଛୁଟି ଥିଲେ ମଧ୍ୟ କାହାର ଜରୁରୀ ଡାଏଲେସିସ୍‌ର ଆବଶ୍ୟକତା ପଡିଲେ ଡାଏଲେସିସ୍‌ କରାଯାଉଥିବା ବିଭାଗୀୟ କର୍ମଚାରୀମାନେ କହିଛନ୍ତି ।

Leave A Reply

Your email address will not be published.