ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂଜା ସମୟରେ କରନ୍ତୁନି ଏହିସବୁ ଭୁଲ୍‌

ଭଗବାନଙ୍କୁ ପୂଜା କରିବା ପାଇଁ ଭକ୍ତି ଓ ଶ୍ରଦ୍ଧା ଆବଶ୍ୟକ। ଏହାସହିତ କିଛି ନିୟମ ମଧ୍ୟ ଅଛି, ଯାହାକୁ ମାନିବା ଉଚିତ। ପୂଜା କରିବା ସମୟରେ ଅଜାଣତରେ ଏମିତି ଅନେକ କିଛି ଭୁଲ୍‌ ହୋଇଯାଏ ଯାହାର ପରିଣାମ ବିଷମ ପରିସ୍ଥ଄ତି ସୃଷ୍ଟି କରେ। ତେଣୁ ପୂଜା କରିବା ସମୟରେ କିଛି ନିୟମ ଜାଣିରଖନ୍ତୁ।

>ଗଣେଶଙ୍କୁ ତୁଳସୀ, ଦେବୀ ଦୁର୍ଗାଙ୍କୁ ଦୂବ ଏବଂ ସୂର୍ଯ୍ୟଙ୍କୁ ବେଲପତ୍ର ଅର୍ପଣ କରନ୍ତୁ ନାହିଁ।
ଘିଅ ଦୀପକୁ ସବୁବେଳେ ଡାହାଣ ପଟରେ ଏବଂ ତେଲ ଦୀପକୁ ବାମ ପଟରେ ରଖିବା ଉଚିତ। ଜଳପାତ୍ର, ଧୂପଦାନି ଓ ଘଣ୍ଟିକୁ ବାମ ପାଖରେ ରଖନ୍ତୁ।
ଦେବାଦେବୀଙ୍କୁ ସ୍ନାନ କରିବା ପରେ ଅନାମିକା ଆଙ୍ଗୁଠିରେ ଚନ୍ଦନ ତିଳକ ଲଗାନ୍ତୁ।
ଗଣେଶ, ହନୁମାନ ଓ ମା’ ଦୁର୍ଗାଙ୍କ ମୂର୍ତ୍ତିରୁ ସିନ୍ଦୂର ନେଇ ମଥାରେ ଲଗାନ୍ତୁ ନାହିଁ।
ଆଳତି କରିବା ସମୟରେ ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ, ଧୂପ ଓ କର୍ପୂର ଲଗାନ୍ତୁ ନାହିଁ।
ପୂଜାସାମଗ୍ରୀ ପାଖରେ ନଥିଲେ, ତା’ ସ୍ଥାନରେ ଫୁଲ କିମ୍ବା ଅକ୍ଷତ ଅର୍ପଣ କରନ୍ତୁ।

Leave A Reply

Your email address will not be published.