ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ଲକ୍‌ଡାଉନ୍ କୋହଳ ହେବ ନା ବଳବତ୍ତର ରହିବ ? ଆସନ୍ତୁ ଜାଣିବା କ’ଣ କହିଲେ ଡିଏମ୍ଇଟି ନିର୍ଦ୍ଦେଶକ

ଭୁବନେଶ୍ୱର: ଜୁଲାଇ ୧ରେ କଣ ହେବ ? ଲକ୍‌ଡାଉନ୍ କୋହଳ ହେବ ନା ବଳବତ୍ତର ରହିବ? କାରଣ ବର୍ତମାନ ବଳବତ୍ତର ଥିବା ଲକ୍‌ଡାଉନ୍ ଜୁଲାଇ ୧ ସକାଳେ ଶେଷ ହେଉଛି । ରାଜ୍ୟରେ କିଛି ଜିଲ୍ଲାରେ କ୍ରମାଗତ କରୋନା ସଂକ୍ରମଣ କମୁଥିବା ବେଳେ ଆଉ କିଛି ଜିଲ୍ଲାରେ ବଢୁଛି। ତେବେ ସଂକ୍ରମଣର ସ୍ଥିତିକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକଡାଉନ ଉଠିବ ଓ କେଉଁ ଜିଲ୍ଲାରେ ଲକଡାଉନ୍ ଜାର ରହିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଡିଏମ୍ଇଟି ନିର୍ଦ୍ଦେଶକ କହିଛନ୍ତି । ଲକ୍‌ଡାଉନ୍ ନିଷ୍ପତ୍ତି ନେବା ପୂର୍ବରୁ ପଜିଟିଭ ହାର, ଦୈନିକ ସଂକ୍ରମଣ, ଟିକାକରଣ, କରୋନା କଟକଣା କେତେ ମାନୁଛନ୍ତି ସେସବୁକୁ ବିଚାର କରିବେ ସରକାର। ସବୁ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ଜୁଲାଇ ମାସରେ ନୂଆ କଟକଣା ଜାରି କରାଯିବ।

ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣ ସ୍ଥିତିରେ ଥିବା ବେଳେ ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼ ଜିଲ୍ଲାରେ ପଜିଟିଭ ହାର ୫ପ୍ରତିଶତ ଉପରେ ରହୁଛି। ତେଣୁ ଏସବୁ ଜିଲ୍ଲାରେ ଜୁଲାଇ ୧ ପରେ କଣ ହେବ, ସେନେଇ ରାଜ୍ୟ ସରକାର ବିଚାରବିମର୍ଶ କରୁଛନ୍ତି। ରାଜ୍ୟରେ ମୋଟ୍ ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ଥିବା ବେଳେ ୪ଟି ଜିଲ୍ଲା ରେଡ୍ ଜୋନରେ ରହିଛି। ସେପଟେ କଟକଣା କୋହଳ କରି ମାସ୍କ ପିନ୍ଧିବା ନିୟମକୁ ଅଧିକ କଡ଼ାକଡି କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.