ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡିଜେ ଆଜେକ୍ସ’ଙ୍କ ଆତ୍ମହତ୍ୟା ମାମଲା: ଏକ୍ସପୋଜ କରିବାକୁ ୩ ଯୁବତୀ ମିଶି କରିଥିଲେ ଏକ ହ୍ଵାଟ୍ସଆପ ଗ୍ରୁପ

ଭୁବନେଶ୍ବର: ଦିନ ଓ ସମୟ ଗଡ଼ୁଛି; ଆଉ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାର ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଆଜି ଆଜେକ୍ସଙ୍କ ମୃତ୍ଯୁକୁ ନେଇ ନୁଆଁ ସୁରାକ ଆସିଛି। ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ  ହ୍ଵାଟ୍ସଆପ ଗ୍ରୁପ  ହୋଇଥିଲା ବୋଲି ସୁରାକ ପାଇଛି ପୁଲିସ। ତିନିଜଣ ଯୁବତୀ ଏହି ହ୍ଵାଟ୍ସଆପ ଗ୍ରୁପ କରିଥିଲେ।  ସାଇବର ଏକ୍ସପର୍ଟ ଜାଞ୍ଚ ପରେ ଏହି ତଥ୍ୟ ସାମ୍ନାକୁ ଆସିଛ। ଆଜେକ୍ସଙ୍କୁ ନେଇ ଅସଲ ମୁଖା ଖୋଲିବାକୁ ତିନି ଯୁବତୀ ଏକ ହୋଇଥିଲେ। ତିନି ଯୁବତୀ ଏକାଠି ହୋଇ ହ୍ଵାଟ୍ସଆପ ଗ୍ରୁପ ଖୋଲିଥିଲେ । ତିନି ଜଣଙ୍କୁ କିଭଳି ଆଜେକ୍ସ ପ୍ରେମ ଜାଲରେ ଫସାଇ ଥିଲେ ସେନେଇ ହ୍ୱାଟ୍ସଆପ ଗ୍ରୁପରେ କଥା ହୋଉଥିଲେ। ଖୁବ ଶୀଘ୍ର ଅନ୍ୟ ଦୁଇ ଯୁବତୀଙ୍କୁ ପଚରାଉଚରା କରିବ ବୋଲି ଖାରବେଳନଗର ଥାନା ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଖାରବେଳ ନଗର ଥାନା ଅଧିନ ୟୁନିଟ୍‌‌-୩ ସ୍ଥିତ ବାସଭବନରେ ବେକରେ ବେଡ୍‌‌ସିଟ୍‌‌ ଲଗାଇ ଫ୍ୟାନରେ ‘ଡିଜେ ଆଜେକ୍ସ’ ଝୁଲିପଡ଼ିଥିଲେ। ତ୍ରିକୋଣୀୟ ପ୍ରେମ କାହାଣୀ ଓ ବ୍ଲାକମେଲକୁ କେନ୍ଦ୍ରକରି ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

 

Leave A Reply

Your email address will not be published.