ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା: ବାନ୍ଧବୀ ଓ ପୁରୁଷ ବନ୍ଧୁଙ୍କ ସିଡିଆର ରିପୋର୍ଟ ଯାଞ୍ଚ କରିବ ପୋଲିସ

ଭୁବନେଶ୍ୱର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବଢୁଛି ସସପେନ୍ସ ।ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସିଡିଆର ରିପୋର୍ଟ ନାଗିଛି ଖାରବେଳନଗର ଥାନା ପୋଲିସ । ସେପଟେ ଡିଜେ ଆଜେକ୍ସଙ୍କ ମଧ୍ୟ ସିଡିଆର ଯାଞ୍ଚ ଚାଲିଛି। କଲ୍ ରେକର୍ଡରୁ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଠୋସ ପ୍ରମାଣ ମିଳିପାରେ ବୋଲି ଆଶା କରୁଛି ପୋଲିସ।

ଅନ୍ୟପଟେ ଅର୍ଥ କାରବାର ଓ ବ୍ଲାକମେଲିଂ ନେଇ ମିଳିଛି ସୁରାକ୍। ଆକାଉଣ୍ଟ ଟ୍ରାଞ୍ଜାକ୍ସନ ନେଇ ବ୍ୟାଙ୍କ ଦେବ ସୂଚନା । ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆଜେକ୍ସ ପ୍ରେମିକାଙ୍କୁ ଦେଇଥିବା ସୂଚନା ମିଳିଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ କେଉଁ ଫଟୋ ଓ ଭିଡିଓକୁ ନେଇ ବ୍ଳାକମେଲ କରୁଥିଲେ ପ୍ରେମିକା ? ସେ ଫଟୋ ଓ ଭିଡିଓରେ ଥିଲା କଣ ? ଆଜେକ୍ସ ତାଙ୍କ ଗାର୍ଲଫ୍ରେଣ୍ଡ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଣ କଥା ହୋଇଥିଲେ, ସେସବୁ ତଥ୍ୟ କଲ୍ ଡିଟେଲ୍ସ ରେକର୍ଡ ରିପୋର୍ଟରୁ ସ୍ପଷ୍ଟ ହେବ । ଗତକାଲି ଖାରବେଳ ନଗର ଘରୁ ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାବେଳେ ଏହାର ପ୍ରକୃତ କାରଣ କ’ଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave A Reply

Your email address will not be published.