ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅପରାଜିତାଙ୍କଠାରୁ ଦୂରେଇ ଯାଉଛି ଜିଲ୍ଲା ବିଜେପି ସଂଗଠନ : ସ୍ୱାଗତ କରିବାକୁ ଆସିଲେନି ଜଣେ ବି ବିଜେପି କର୍ମୀ

ଜଗତସିଂହପୁର : ଅମୃତା ଫାଉଣ୍ଡେସନ ପକ୍ଷରୁ ଆଦିକବି ସଂସ୍କୃତି ଭବନ ପରିସରରେ ଅମୃତୋତ୍ସବ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଂସଦ ଅପରାଜିତା ଷଢଙ୍ଗୀ ଯୋଗଦେବାକୁ ଆସିଥିବା ସମୟରେ ବିରିଡ଼ିଠାରୁ ଜଗତସିଂହପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ କରାଯିବା ସମ୍ପର୍କରେ କାର୍ଯ୍ୟକ୍ରମ ରହିଥିଲା। ତେବେ ଅପରାଜିତାଙ୍କ ଏହି ଗସ୍ତ ସମୟରେ ଜଗତସିଂହପୁର ବିଜେପି ସଂଗଠନର କର୍ମକର୍ତ୍ତା ତାଙ୍କଠାରୁ ଦୂରେଇ ଯାଇଥିବା ଦେଖିବାକୁ ମିଳିଛି।

ଅପରାଜିତାଙ୍କ ସହିତ ଯୋଗ ନ ଦେବାକୁ ଜିଲ୍ଲା ସଂଗଠନ ପକ୍ଷରୁ ଦଳୀୟ କର୍ମୀଙ୍କୁ କୈାଣସି ନିର୍ଦ୍ଦେଶ ଥିବା ସମ୍ପର୍କରେ ଜଣାପଡି ନ ଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ସାଂସଦଙ୍କ ଏହି ଗସ୍ତ ସମୟରେ ଜଗତସିଂହପୁର ବିଜେପିର ଜଣେ ହେଲେ କର୍ମୀଙ୍କୁ ଦେଖିବାକୁ ମିଳି ନ ଥିଲା। ଏହି ପରିସ୍ଥିତିରେ ସାଂସଦଙ୍କ ସମ୍ମାନ ରଖିବାକୁ ନିଜ ସାଥିରେ ଭୁବନେଶ୍ୱରରୁ ଆସିଥିବା ପ୍ରାୟ ୪୦ରୁ ୫୦ ଜଣ ସମର୍ଥକ ଓ ସୁରକ୍ଷା କର୍ମୀ ସାଂସଦଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏପରିକି ଏହି ଲୋକମାନେ ସଭାରେ ତାଙ୍କ ପାଇଁ ଜିନ୍ଦାବାଦର ନାରା ଦେବା ସହିତ ସାଂସଦ ଶ୍ରୀମତୀ ଷଢଙ୍ଗୀ ବକ୍ତବ୍ୟ ପ୍ରଦାନ କରିବା ସମୟରେ ମଝିରେ ମଝିରେ ତାଳି ମାରୁଥିବା ଦେଖିବାକୁ ମିଳିଥିଲା। ଯାହାକି ସାଂସଦ ଅପରାଜିତାଙ୍କ ସମ୍ପୂର୍ଣ୍ଣ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଜଗତସିଂହପୁରରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ, ବିଜେପିର ଦଳୀୟ ସଂଗଠନ ବଦଳରେ ସାଂସଦ ଅପରାଜିତା ନିଜର ଏକ ସମାନ୍ତରାଳ ସଂଗଠନ ସୃଷ୍ଟି କରିଥିବା ନେଇ ବହୁ ସମୟରେ ନିଜ ଦଳରୁ ଅଭିଯୋଗ ହୋଇଆସୁଛି।

Leave A Reply

Your email address will not be published.