ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚିକିତ୍ସା ପାଇଁ କେହି ବିକିବେନି ସମ୍ପତ୍ତି, ପ୍ରତିଟି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟର ଦାୟିତ୍ୱ ମୋର- ମୁଖ୍ଯମନ୍ତ୍ରୀ

ଗଜପତି: ଐତିହାସିକ ଅଭିଯାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଆଜି ଦିନିକିଆ ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ଦଶରା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଯୋଗଦେଇ ୭୯୬ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।

ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବା ସହ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଜପତି ଜିଲ୍ଲାର ମହାନ ଜନ ନାୟk ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ସ୍ଣରଣ କରିଛନ୍ତି ମୁଖ୍ୟମନ୍ତ୍ରୀ  । ଜିଲ୍ଲାର ସମସ୍ତ ମହାପୁରୁଷଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏଥି ସହିତ ଗଜପତି ଜିଲ୍ଲାର ପାରିପାର୍ଶ୍ୱିକ ଉନ୍ନତି ପାଇଁ ୩୬ କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଘୋଷଣା କରିଛିନ୍ତି  । ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ଜିଲ୍ଲାବାସୀ ନିରୋଗ ଜୀବନ ଯାପନ କରିପାରିବେ  ।

ଚିକିତ୍ସା ପାଇଁ କେହି ଲୋନ କରିବେ ନାହିଁ, ଜମି ବିକିବେ ନାହିଁ  । ସରକାର ସମସ୍ଥଙ୍କ ସ୍ୱାସ୍ଥ୍ୟର ସଠିକ ଚିକିତ୍ସା ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଆରମ୍ଭ କରିଛନ୍ତି  । ଯଦ୍ୱାରା ପୁରୁଷ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ନେଇପାରିବେ  । ସେହିପରି ମହିଳା ମାନେ ମଧ୍ୟ ୧୦ ଲକ୍ଷ ପର୍ଯ୍ୟନ୍ତ ସୁବିଧା ଉପଲବ୍ଧ କରିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଦେଶର ଯେକୌଣସି ସ୍ଥାନରେ ମଧ୍ୟ ହିତାଧିକାରୀ ଏହାର ସଫଳ ଫାଇଦା ଉଠାଇପାରିବେ। ତେଣୁ ଗଜପତିର ପ୍ରତିଟି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟର ଦାୟିତ୍ୱ କେବଳ ମୋର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।  ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକୁ ତୃଣମୂଳସ୍ତରରେ ସଫଳ ରୂପାୟନ ପାଇଁ ଜିଲ୍ଲାର ୭ଟି ବ୍ଲକ ପାଇଁ ୭ଜଣ ମନ୍ତ୍ରୀ ଓ ଦଳୀୟ ଉପଦେଷ୍ଟାଙ୍କୁ ଦାୟିତ୍ବ ଦିଆଯାଇଛି ।

Leave A Reply

Your email address will not be published.