ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜି. ଉଦୟଗିରି: ବିଧାୟକଙ୍କ ପକ୍ଷରୁ ଗରିବ, ଅସହାୟ ଓ ବିଧବା ମାଆ ମାନଙ୍କୁ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ

ଦାରିଙ୍ଗବାଡି: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମହାମାରୀ କରୋନା ପ୍ରକୋପରୁ ଜନସାଧାରଣଙ୍କୁ ରକ୍ଷା କରିବା, ସଚେତନ କରିବା ଓ ବିଧବା ଅସହାୟ ମାଆ ମାନଙ୍କୁ ସାହାଯ୍ୟ ସହଯୋଗ ଲକ୍ଷ୍ୟରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଶନିବାର ଦିନ ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ଶ୍ରାନିକେତା ଗ୍ରାମ ପଂଚାୟତର ଟକରମାଲା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଲୁଗା ଓ ଶୁଖିଲା ଖାଦ୍ୟ ତଥା ଚାଉଳ, ଡାଲି, ଆଳୁ, ପିଆଜ , ବିସ୍କୁଟ, ଏଥି ସହିତ ମାସ୍କ ଓ ସାନିଟାଇଜର୍ ବଣ୍ଟନ କରିଥିଲେ। ମାସ୍କର ବ୍ୟବହାର  ଓ ଅତି ଆବଶ୍ୟକ ନ ଥିଲେ ଘରୁ ବାହାରକୁ ନ ଯିବାକୁ କହିଥିଲେ। ସାମାଜିକ ଦୂରତ୍ବ ଓ କୋଭିଡ୍ ନିୟମ ମାନି ଚଳିବାକୁ ପରାମର୍ଶ ଦେଇଥିଲେ। ପ୍ରାୟ ୧୫୦ରୁ ଉର୍ଦ୍ଧ ମାଆ ମାନଙ୍କୁ ଗୋଟିଏ ଗୋଟିଏ ପ୍ୟାକେଟ କରି  ଦିଆଯାଇଥିଲା। ଏଭଳି ସଚେତନ ଓ ବଣ୍ଟନ କାର୍ଯ୍ୟକ୍ରମ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ବ୍ଲକର ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଉ ଥିବା ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପ୍ରଧାନଙ୍କ ସହିତ ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ , ବିଜୁ ଯୁବ ବ୍ଲକ ସଭାପତି ରଞ୍ଜନ ପ୍ରଧାନ, ପୂର୍ବତନ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ପୂର୍ବତନ ସରପଞ୍ଚ ଗଙ୍ଗାଧର ପ୍ରଧାନ, ସନ୍ତୋଷ ବିଶୋଇ , ବାବୁଲା ମୁଖି, ସୁଧୀର ସାହୁଙ୍କ ସମେତ ବହୁ ବିଜେଡ଼ି କର୍ମୀ ଯୋଗ ଦେଇ ସମସ୍ତ ସହଯୋଗ କରିଥିଲେ । କରୋନା ମହାମାରୀ ସମୟରେ ମାନ୍ୟବର ବିଧାୟକଙ୍କ ଏଭଳି ଜନହିତକର କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

Leave A Reply

Your email address will not be published.