ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାପ୍ରଭୁଙ୍କ ପ୍ରତି ଅସମ୍ମାନ ଅଭିଯୋଗରେ ପ୍ରତିବାଦ : ବିଜେପି ନେତା ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ଭୁଲ ଲେଖାଯାଇ ବିଶ୍ବନିୟନ୍ତାଙ୍କ ପ୍ରତି ଅପମାନ କରାଯାଇଛି। ଏହାର ପ୍ରତିବାଦରେ ଶନିବାର ବିଜେଡି ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ କୁଶପୁଳିକା ଦାହ କରାଯାଇଛି। ଶୁକ୍ରବାର ସମ୍ବିତ ପାତ୍ରଙ୍କ ସହ ବିଜେପିର ଅନ୍ୟ ନେତୃତ୍ବ ଏକ ବ୍ୟାନର ଧରିଥିଲେ, ଯେଉଁଥିରେ ମହାପ୍ରଭୁଙ୍କ ନାମ ‘ଶ୍ରୀଜନ୍ନାଥ’ ରହିଥିଲା। ଅର୍ଥାତ ଗ ନଥିଲା। ଯାହା ଜଗନ୍ନାଥପ୍ରେମୀଙ୍କ ଭାବନାକୁ କୁଠାରଘାତ କରିଛି ବୋଲି ବିଜେଡି କହିଥିବା ବେଳେ ଶନିବାର ବଡ଼ଦାଣ୍ଡରେ ସମ୍ବିତ ପାତ୍ର ଏବଂ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ କୁଶପୁଳିକା ଦାହ କରାଯାଇଛି।

ସମ୍ବିତ ପାତ୍ର ପୁରୀ ଆସି ନିଃସର୍ତ୍ତ କ୍ଷମା ପ୍ରାଥନା କରିବାକୁ ଦାବୀ କରାଯାଇଛି । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ବାରମ୍ବାର ଶ୍ରୀଜଗନ୍ନାଥଙ୍କୁ ନେଇ କଦର୍ଥ ଆଚରଣ ଓ ଵ୍ୟଵହାର କରୁଥିବାରୁ ବିଜେଡି ରାଜରାସ୍ତାରେ ଏହାର ଦୃଢ଼ ପ୍ରତିବାଦ କରିଛି। ସେ କ୍ଷମା ପ୍ରାର୍ଥନା ନ କରିଲେ ଆଗାମୀ ଦିନରେ ତାଙ୍କୁ ପୁରୀ ପ୍ରବେଶ କରାଇଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.