ରାଜ୍ୟରେ ୭୫ ହଜାର ଆକ୍ଟିଭ କେସରୁ ମାତ୍ର ୧୨୦୦ ହସ୍ପିଟାଲାଇଜେସନ

ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ସଂକ୍ରମଣର ଡବଲିଂ ଟାଇମ କମିଛି। ଗ୍ରୋଥ ରେଟ ବି କମିଛି। ବର୍ତ୍ତମାନ ରାଜ୍ୟରେ  ୭୫ ହଜାର କରୋନା ଆକ୍ଟିଭ କେସ ଥିବା ବେଳେ ମାତ୍ର ୧୨୦୦ ରୋଗୀ ହସ୍ପିଟାଲାଇଜେସନ ହୋଇଛନ୍ତି । ବର୍ତ୍ତମାନ ହସ୍ପିଟାଲ ଉପରେ କିଛି ଚାପ ନାହିଁ। ଆଜି ସଂକ୍ରମଣ କମ ଥିଲେ ବି ଏହି ଟ୍ରେଣ୍ଡ କୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନି।ଟ୍ରେଣ୍ଡ ଆକଳନ ପାଇଁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିତୀୟ ଲହର ପରି ଖୋର୍ଦ୍ଧା,ସୁନ୍ଦରଗଡ ସଂକ୍ରମଣ ଅଧିକ ରହୁଛି। ଆଜି ଓଡ଼ିଶା ଆସିବାକୁ ଥିବା ଆରଟି ପିସିଆର କୀଟ ପରି ଓମିସ୍ୟୁର କୀଟ ସବୁ ଜିଲ୍ଲାକୁ ବଣ୍ଟାଯିବ।ଏହି କିଟ୍ ଦ୍ୱାରା ଶୀଘ୍ର ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇପାରିବ । ରାଜ୍ୟରେ ଜିନୋମ ସିକ୍ୟୁଏନ୍ସିଂ ଅଧିକ ସଂଖ୍ୟକ ହୋଇପାରୁନଥିବାରୁ ଓମିସିୟୋର କିଟ୍ ନୂଆ ପ୍ରଜାତି ଚିହ୍ନଟ କରିବାରେ ବିଶେଷ ଭାବରେ ସହାୟକ ହେବ। ଔଷଧ ନିଗମ ଏ ନେଇ ତଥ୍ୟ ଦେବ। ଅନ୍ୟପଟେ ଥଣ୍ଡା କାଶ ହେଲେ ନିଜକୁ ଆଇସୋଲେଟ କରି ରଖିବା ସହ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ଅଯଥା କୌଣସି ଔଷଧ ନଖାଇ ବିଶେଷଜ୍ଞଙ୍କ ପରାମର୍ଷ କ୍ରମେ ଔଷଧ ଖାଆନ୍ତୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।

Leave a comment