ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡିଜିଟାଲ୍‌ ନେଣଦେଣ ସୀମା ଉପରେ ଲାଗିପାରେ ଅଙ୍କୁଶ

ନୂଆଦିଲ୍ଲୀ : ବର୍ତ୍ତମାନ ସାରା ଦେଶରେ ଡିଜିଟାଲ କାରବାରକୁ ନେଇ ଚାହିଦା ବୃଦ୍ଧି ପାଇ ଚାଲିଥିଲା ବେଳେ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କିନ୍ତୁ ଦୈନିକ ଡିଜିଟାଲ କାରବାର କ୍ଷେତ୍ରରେ ସୀମା ନିର୍ଦ୍ଧାରଣ କରାଯାଇ ଖୁବଶୀଘ୍ର ଅଙ୍କୁଶ ଲଗାଯାଇପାରେ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଗୁଗୁଲ ପେ’, ଫୋନ୍‌ ପେ’ ଏବଂ ପେ ’ଟିଏମ ଭଳି ବିଭିନ୍ନ ଡିଜିଟାଲ ଆପ୍‌ ଜରିଆରେ ଦୈନିକ କାରବାର ସଂଖ୍ୟାରେ କୌଣସି କଟକଣା ନାହିଁ। କିନ୍ତୁ ଏହା ଉପରେ ନିୟନ୍ତ୍ରଣ ରଖିବାକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ( ଏନପିସିଆଇ) ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା ଆରମ୍ଭ କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଦୈନିକ ଡିଜିଟାଲ କାରବାର ସଂଖ୍ୟା ଉପରେ ଅଙ୍କୁଶ ଲାଗୁ କରାଯାଇପାରେ ବୋଲି କୁହାଯାଇଛି।

Leave A Reply

Your email address will not be published.