ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ, ୧୦ ଗୁରୁତର

ଦିଗପହଣ୍ଡି: ପାତ୍ରପୁର ବ୍ଲକ ଜରଡାଥାନା ଅନ୍ତର୍ଗତ ପାଞ୍ଚଆମ୍ବ ଗାଁ ଶିବ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଛଣା ଗାଁର ପ୍ରାୟ ୨୦ ଜଣ ତୁମ୍ବା ପଂଚାୟତକୁ ପିଡ଼ିଏସ ଚାଉଳ ରାସନ ଆଣିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।  ଦୁର୍ଘଟଣାରେ ଘଟଣା ସ୍ଥଳରେ  ୨ ଜଣଙ୍କର ମୃତ୍ଯୁ ଘଟିଛି, ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣଙ୍କ ନାନ ମଙ୍ଗଳା ପ୍ରଧାନ , ସୀତା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ,  ଭୁଲ ବଶତଃ ଟ୍ରାକ୍ଟର ଡାଲାଟି ହାଇଡ୍ରୋଲିକ ହୋଇଥିବାରୁ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଜରଡ଼ା ପୁଲିସ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି।

Leave A Reply

Your email address will not be published.