ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ମରିବାର ଅଛି ତ ମରିଯାଅ’ : ସ୍କୁଲ ଫିକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ଅଜବ ବୟାନ

ଭୋପାଳ : ସ୍କୁଲ ଫିକୁ ନେଇ ମଧ୍ୟପ୍ରଦେଶ ରାଜ୍ୟ ଶିକ୍ଷାମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। କରୋନା କାଳରେ ଅଧÒକାଂଶ ଲୋକ ନିଯୁକ୍ତି ହରାଇଥÒବା ବେଳେ ଅନେକ ଲୋକଙ୍କ ଆୟ ମଧ୍ୟ କମିଛି। ଏହାବ୍ୟତୀତ ଅଧÒକାଂଶ ଦିନ ଧରି ସ୍କୁଲ ବନ୍ଦ ରହିଛି। ଏହା ସତ୍ତ୍ବେ ବି ଅନେକ ସ୍କୁଲ ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଫି ଆଦାୟ କରୁଛନ୍ତି। ଏଭଳି ସମସ୍ୟାକୁ ନେଇ ମଧ୍ୟପ୍ରଦେଶର କିଛି ଅଭିଭାବକ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ନିକଟକୁ ଯାଇଥÒଲା ବେଳେ ଯଦି ସରକାର କିଛି ବ୍ୟବସ୍ଥା ନକରନ୍ତି ତେବେ ଆମେ ମରିଯିବୁ ବୋଲି କହିଥÒଲେ। ହେଲେ ମନ୍ତ୍ରୀ ସେମାନଙ୍କୁ କିଛି ଆଶାସ୍ବନା ଦେବା ପରିବର୍ତ୍ତେ ‘ ମରିବାର ଅଛି ତ ମରି ଯାଅ’ ବୋଲି ଅଭିଭାବକମାନଙ୍କୁ କହିବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମନ୍ତ୍ରୀଙ୍କ ଏଭଳି ଆଚରଣକୁ ନେଇ ବିରୋଧୀ କଂଗ୍ରେସ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

Leave A Reply

Your email address will not be published.