ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୁବକ ବେଶରେ ଆସି ହୀରା ମୁଦି ଲୁଟିଲେ ଯୁବତୀ, ସିସିଟିଭିରେ କଏଦ ହେଲା ଲୁଟର ପୂରା ଦୃଶ୍ଯ

ପୁରୀ: ଯୁବକ ବେଶରେ ଆସି ଲୁଟିଲେ ଯୁବତୀ । ହାଫ୍ ପ୍ୟାଣ୍ଟ୍‌, ଗଞ୍ଜି ପିନ୍ଧି ବେକରେ ଗାମୁଛା ପକାଇ ଡିକି ଭାଙ୍ଗି ଲୁଟିନେଲା ହୀରା ମୁଦି । ସିସିଟିଭି ଯାଞ୍ଚ ବେଳେ ପ୍ରଥମେ ଯୁବକ ବୋଲି ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପରେ ସେ ଜଣେ ଯୁବତୀ ବୋଲି ଜଣାପଡ଼ିଥିଲା । ତେବେ ଏହି ଘଟଣାର ଅଧିକ ତଦନ୍ତ ପୁରୀ କୁମ୍ଭାରପଡ଼ା ପୁଲିସ କରୁଛି।

ସୂଚନା ଅନୁଯାୟୀ, ଶନିବାର ଭୋରରୁ ପୁରୀ ବ଼ଡ଼ଦାଣ୍ଡରେ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଗାଡି ଡିକି ଭାଙ୍ଗି ହୀରା ମୁଦି ଲୁଟ୍ କରିଥିଲେ ଲୁଟେରା । ୧୫ ଦିନିଆ କ୍ୟାମ୍ପ ପାଇଁ ସରିତା ଓ ତାଙ୍କ ୨ ଜଣ ସହକର୍ମୀ ଗତ ୨୨ ତାରିଖରେ ପୁରୀ ଆସିଥିବା ବେଳେ ବଡ଼ଦାଣ୍ଡ ମାର୍କେଟ ଛକ ନିକଟ ଏକ ଲଜ୍‌ରେ ରହିଥିଲେ। ତେବେ ଗତ ଶୁକ୍ରବାର ରାତିରେ ଲଜ୍ ସମ୍ମୁଖରେ ସରିତା ତାଙ୍କ ମୋପେଡ ଗାଡି ପାର୍କିଂ କରି ଲଜକୁ ଯାଇଥିବା ବେଳେ ଗାଡ଼ି ଡିକିରେ ତାଙ୍କ ପର୍ସ ଛାଡ଼ି ଯାଇଥିଲେ । ପର୍ସରେ ହୀରା ମୁଦି ଥିଲା । ତେବେ ଏହି ଚୋରିର ଦୃଶ୍ୟ ଲଜରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

Leave A Reply

Your email address will not be published.