bitcoin
Bitcoin (BTC) 2,260,126.76 0.41%
ethereum
Ethereum (ETH) 139,030.44 0.86%
tether
Tether (USDT) 77.71 0.05%
usd-coin
USD Coin (USDC) 77.79 0.11%
bnb
BNB (BNB) 23,697.44 0.43%
xrp
XRP (XRP) 30.03 2.17%
binance-usd
Binance USD (BUSD) 77.87 0.01%
cardano
Cardano (ADA) 35.94 1.94%
solana
Solana (SOL) 3,273.78 1.48%
dogecoin
Dogecoin (DOGE) 6.37 3.78%

ବଦଳିଛି ଢିଙ୍କିଆ ପରିସ୍ଥିତି: ବିକାଶରେ ବ୍ରେକ୍ ଲଗାଉଥିବା ବିରୋଧୀଙ୍କୁ ଗ୍ରାମବାସୀଙ୍କ ରୋକଠୋକ୍ ଜବାବ

ପାରାଦୀପ: ବଦଳିଛି ଢିଙ୍କିଆ ପରିସ୍ଥିତି। ବିକାଶରେ ବ୍ରେକ୍ ଲଗାଉଥିବା ବିରୋଧୀଙ୍କୁ ଗ୍ରାମବାସୀ ଦେଇଛନ୍ତି ରୋକଠୋକ୍ ଜବାବ। ଦିନେ ଯେଉଁମାନଙ୍କୁ ନିମନ୍ତ୍ରଣ କରି ଗ୍ରାମବାସୀ ଫୁଲ ପକାଇ ପାଛୋଟି ନେଉଥିଲେ, ଆଜି ସେମାନଙ୍କୁ ଗାଁରେ ପ୍ରବେଶ ପାଇଁ ବାରଣ କରାଯାଉଛି ।  ଢିଙ୍କିଆରେ ପୁଲିସର ଜୁଲମ୍ ଚାଲିଥିବା ଅଭିଯୋଗ କରି ଢିଙ୍କିଆ ଗସ୍ତ କରିଥିଲେ ୧୩ ଗୋଟି ରାଜନୈତିକ ଦଳର ୧୭ ଜଣିଆ ପ୍ରତିନିଧି ଦଳ। ଗାଁ ଲୋକଙ୍କ ବିରୋଧ ଯୋଗୁଁ ଶେଷରେ ଫେରି ଯାଇଛି ଟିମ୍ ।

ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳରେ ଏବେ ଫେରିଛି ଭାଇଚାରା । ଦୀର୍ଘ ବର୍ଷ ହେଲା ଏଠାରେ ଚାଲିଥିବା ଅଶାନ୍ତିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଜାନୁଆରୀ ୧୪ ତାରିଖ ଠାରୁ ଗାଁରେ ଶାନ୍ତି ଫେରିବା ସହିତ ଫେରିଛି ଭାଇଚାରା । ବିକାଶ ବିରୋଧୀଙ୍କୁ ମିଳିଛି କଡ଼ା ଜବାବ । ହଟହଟା ହୋଇଛନ୍ତି ୧୩ ରାଜନୈତିକ ଦଳର ୧୭ ଜଣିଆ ପ୍ରତିନିଧି ଦଳ ।

ଗାଁରେ ପଶିବା ପୂର୍ବରୁ ଲୋକେ ପ୍ରଶ୍ନବାଣରେ କରିଥିଲେ ଘାଇଲା । ବିନା ଡାକରାରେ ଆପଣମାନେ କାହିଁକି ଆସିଛନ୍ତି ? ଢିଙ୍କିଆ ପ୍ରତି ଆପଣଙ୍କ ଏତେ ଦରଦ କ’ଣ ପାଇଁ ? ଆମ ଗାଁରେ ଭାଇଚାରା ନଷ୍ଟ କରି ଆପଣଙ୍କର କି ସ୍ୱାର୍ଥ ହାସଲ ହେବ ? ଏଭଳି ଇ ପ୍ରଶ୍ନର ବାଣରେ ଘାଇଲା ହେଇଥିଲେ ପ୍ରତିନିଧି ଦଳ। ବୁଝାଇ କହିଥିଲେ, କମ୍ପାନୀ ପାଇଁ ଜମି. ପାନବରଜ, ଜଙ୍ଗଲ ଦେଇ ସାରିଛୁ । ପାଚେରୀ ନିର୍ମାଣ କାର୍ଯ୍ଯ ମଧ୍ୟ ଶେଷ ପର୍ଯ୍ଯାୟରେ । ସଠିକ କ୍ଷତିପୂରଣ ମଧ୍ୟ ମିଳିଛି । ଆପଣମାନେ ଆସି ପୁଣି ଗ୍ରାମରେ ଅଶାନ୍ତି କରନ୍ତୁ ନାହିଁ ବୋଲି ଗାଁଲୋକ ପ୍ରତିନିଧି ଦଳକୁ ନେହୁରା ହୋଇଥିଲେ।

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିରୋଧୀ କରୁଛନ୍ତି ରାଜନୀତି । ଲୋକଙ୍କୁ ବୁଝାଇବା ପାଇଁ ଆଜି ୧୭ ଜଣିଆ ପ୍ରତିନିଧି ଦଳ ଢିଙ୍କିଆ ଯାଇଥିଲେ । ମାତ୍ର ଢିଙ୍କିଆର ୩୪ ଜଣିଆ ଗ୍ରାମ୍ୟ କମିଟି ଓ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ସେମାନଙ୍କୁ ପାଟଣା ହାଟ ନିକଟରେ ଅଟକାଇ ଦିଆଯାଇଥିଲା । ଯାହାର ନେତୃତ୍ୱ ନେଉଥିଲେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା । ରାସ୍ତା ଉପରେ ବସିବା ସହିତ ଆମ କଥା ଆମେ ବୁଝିବୁ ବୋଲି କହି ଭାଇଚାରା ନଷ୍ଟ କରନ୍ତୁ ନାହିଁ ବୋଲି ସେମାନେ ନିବେଦନ କରିଥିଲେ । ଦିନେ ଫୁଲ ମାଳ ଦେଇ ସ୍ୱାଗତ କରୁଥିଲେ କିନ୍ତୁ ଆଜି ଗାଁ ମୁଣ୍ଡରୁ ଫେରାଇ ଦେଇଛନ୍ତି ଗ୍ରାମବାସୀ । ଢିଙ୍କିଆରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ବାହାର ଲୋକଙ୍କ ପରାମର୍ଶ ନୁହେଁ, ନିଜ ନିଷ୍ପତ୍ତି ନିଜେ ନେବୁ ବୋଲି ସଫା ଶୁଣାଇ ଦେଇଛନ୍ତି ଗ୍ରାମବାସୀ ।

Leave a comment