ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉଗ୍ର ରୂପ ନେଉଛି ଢେଙ୍କାନାଳ ଗୁଳିମାଡ ଘଟଣା: ଗୋଡାଇ ଗୋଡାଇ ମାଆ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ସମ୍ପର୍କୀୟ

ଢେଙ୍କାନାଳ: ଉଗ୍ର ରୂପ ନେଉଛି ଢେଙ୍କାନାଳରେ ଘଟିଥିବା ପୋଖରୀ ଖୋଳାକୁ ନେଇ ଗୁଳିମାଡ ଘଟଣା । ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଲୋକ ନେଉଛନ୍ତି ପ୍ରତିଶୋଧ । ଗୋଡାଇ ଗୋଡାଇ ମୁଖ୍ୟ ଅଭିଯୁକ୍ତଙ୍କ ମାଆ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ସମ୍ପର୍କୀୟ। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି।

ସୂଚାନଯୋଗ୍ୟ, ଆଜି ସକାଳେ ପୂର୍ବ ଶତ୍ରୁତା ଓ ପୋଖରୀ ଖୋଳାକୁ ନେଇ ପ୍ରଥମେ ଗୁଳିକାଣ୍ଡ ଘଟିଥିଲା । ଗୁଳିମାଡ଼ରେ ଦଳେଇ ନାୟକଙ୍କ ମୃତ୍ୟୁ ହୋଇଥିଲା। ଏକ ଜମିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଦଳେଇ ନାୟକ ଘର ବାରଣ୍ଡାରେ ବସିଥିବା ସମୟରେ କିଛି ଦୁର୍ବୃତ୍ତ ପହଞ୍ଚି ଅତର୍କିତ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ତାଙ୍କ ଛାତି ଓ ବାମ ପଟ ହାତରେ ଗୁଳି ବାଜିଥିଲା। ପରିବାର ଲୋକେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.