ସରକାରୀ ଡାକ୍ତରଙ୍କ ଦାମିକିଆ ଦସ୍ତଖତ : ଗୋଟିଏ ଦସ୍ତଖତ ପାଇଁ ନେଉଥିଲେ ୧୧ ହଜାର, ଗିରଫ କଲା ଭିଜିଲାନ୍ସ

ଢେଙ୍କାନାଳ : ଗୋଟିଏ ଦସ୍ତଖତ ପାଇଁ ୧୧ ହଜାର ଲାଞ୍ଚ ନେଉଥିବା ସରକାରୀ ଡାକ୍ତରଙ୍କୁ ଗତକାଲି ଧରିଥିଲା ଭିଜିଲାନ୍ସ। ଆଜି ଉକ୍ତ ଡାକ୍ତରଙ୍କୁ ଗିରଫ କରିବା ସହ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ଏଥି ସହିତ ଡାକ୍ତରଙ୍କ ସମ୍ପତ୍ତି ବିଷୟରେ ଖୋଳତାଡ କରୁଛି ଭିଜିଲାନ୍ସ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ଗତକାଲି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ଟଙ୍କା ସହ ଲାଞ୍ଚୁଆ ଡାକ୍ତରଙ୍କୁ ଏକ ଘରୋଇ କ୍ଲିନିକରୁ କାବୁ କରିଥିଲା ଭିଜିଲାନ୍ସ । ସେ ଲାଞ୍ଚ ନେଇଥିବା ରାସାୟନିକ ବୋଳା ୧ ୧ହଜାର ଟଙ୍କା ତାଙ୍କଠାରୁ ଭିଜିଲାନ୍ସ ଜବତ କରାଯାଇଥିଲା । ଏହି କ୍ଲିନିକରୁ ଡାକ୍ତର ବାବୁଙ୍କ ସମେତ ତାଙ୍କର ଏକ ଇକୋ ସ୍ପୋର୍ଟ କାରକୁ ମଧ୍ୟ ଉଠାଇ ନେଇଛି ଭିଜିଲାନ୍ସ ।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଗତକାଲି  ଅପରାହ୍‌ଣ ସମୟରେ ମେଡିସିନ ବିଭାଗର ମୁଖ୍ୟ ଡାକ୍ତର ଉମାକାନ୍ତ ଖେଜୁରିଆ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ସେ ଡାକ୍ତରଖାନା ସମ୍ମୁଖରେ ଏକ କ୍ଲିନିକରେ ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଧରିଥିଲେ।

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଉମାକାନ୍ତ ଖେଜୁରିଆ ଜଣେ ଏଲାଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ଠାରୁ ଆଜି ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ତାଙ୍କୁ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଧରିଥିଲେ। ନନ୍ଦିନୀ ନାୟକ ନାମକ ଏଲ୍‌ଆଇସି ପଲିସିଧାରୀଙ୍କ ମୃତ୍ୟୁ ପରେ ତାଙ୍କର ୮ ବର୍ଷୀୟ ଝିଅ ନମିତା ନାୟକଙ୍କୁ ନୋମିନି ଭାବେ ଉପସ୍ଥାପିତ କରିବା ପାଇଁ ଏକ ଡେଥକ୍ଲେମ ବାବଦକୁ ତାଙ୍କ ଏଜେଣ୍ଟ ବୈକୁଣ୍ଠଙ୍କ ଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସଂପୃକ୍ତ ପଲିସିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ପାଇଁ ଡାକ୍ତର ପୂର୍ବରୁ ୧୧ ହଜାର ଟଙ୍କା ଦାବି କରିଥିଲେ। ଏନେଇ ବୈକୁଣ୍ଠ ଚରଣ ସାହୁ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଗତକାଲି ଶ୍ରୀ ସାହୁଙ୍କ ଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଡାକ୍ତର ଶ୍ରୀ ଖେଜୁରିଆ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

Leave a comment