ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ନଭେମ୍ବର ୩ରେ ଧାମନଗର ଉପନିର୍ବାଚ ହେବ। ଏନେଇ ଆଜି ଭାରତୀୟ ନିର୍ବଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ ଉପନିର୍ବାଚନ ନେଇ ଅକ୍ଟୋବର ୭ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ସେହିଦିନଠୁ ନାମାଙ୍କନ ଦାଖଲ ପ୍ରକ୍ରିଆ ଆରମ୍ଭ ହେବ। ଅକ୍ଟୋବର ୧୪ ଯାଏ ଚଲିବ ନାମାଙ୍କନ। ଅକ୍ଟୋବର ୧୪ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ, ୧୭ରେ ପ୍ରତ୍ୟାହାର କରିବାର ଶେଷ ଦିନ ରହିବ। ଏହାପରେ ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ନେଇ ଭୋଟ ଗ୍ରହଣ କରାଯିବ। ନଭେମ୍ବର ୬ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ।ନଭେମ୍ବର ୮ରେ ଶେଷ ହେବ ନିର୍ବାଚନ ପ୍ରକ୍ରିୟା।

ସୂଚନାଯୋଗ୍ୟ କିଛି ଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଚାଲିଥିଲା । ହେଲେ ଏହି ସବୁ ଚର୍ଚ୍ଚାରେ ଅନ୍ତ ଲଗାଇଛନ୍ତି ନିର୍ବାଚନ କମିଶନର । ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ଧାମନଗର ଉପନିର୍ବାଚନ । ଏନେଇ ଅଗଷ୍ଟ ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଅକ୍ଟୋବର ୧୪ ତାରିଖ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ଠିକ୍ ସେହିପରି ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ନଭେମ୍ବର ୬ ତାରିଖରେ ଧାମନଗର ଉପନିର୍ବାଚନର ଭୋଟ୍ ଗଣତି ହେବ ଏବଂ ସେହି ଫଳାଫଳ ଘୋଷଣା କରାଯିବ ବୋଲି ଜଣାଯାଇଛି। ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଆଗାମୀ ସାଧାରଣ ନିର୍ବାଚନକୁ ପାଖାପାଖି ଦେଢ଼ବର୍ଷ ବାକି ଅଛି। ତେବେ ଏହାର ଅନ୍ୟୂନ ୬ ମାସ ଅର୍ଥାତ୍‍ ୨୦୨୩ ଡିସେମ୍ବର ବେଳକୁ ଦେଶରେ ସାଧାରଣ ନିର୍ବାଚନ ବିଗୁଲ ବାଜିବା ନେଇ କେହିକେହି ପୂର୍ବାନୁମାନ କଲେଣି। ଏହାକୁ ନେଇ ଜାତୀୟସ୍ତର ଠାରୁ ରାଜ୍ୟ ପର୍ଯ୍ୟନ୍ତ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଆମ ରାଜ୍ୟ ଓଡ଼ିଶାରେ ଧାମନଗର ଉପନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ‘୨୪’ ପରୀକ୍ଷାର ଅଭ୍ୟାସ ମ୍ୟାଚ୍‍ ହେବ ବୋଲି କୁହାଯାଉଛି। ବିରୋଧୀ ଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ଧାମନଗର ଉପନିର୍ବାଚନ ହେଉଛି। ବିଜେପି ନିଜର ଏହି ଆସନକୁ ପୁଣି ଦଖଲ କରିବ ବୋଲି ଦୃଢ଼ୋକ୍ତି ବାଢୁଥିବାବେଳେ ପୂର୍ବ ଉପନିର୍ବାଚନ ପରି ଧାମନଗର ନିମନ୍ତେ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି।

ଉପନିର୍ବାଚନରେ ଅପରାଜେୟ ରେକର୍ଡ଼କୁ ଅବ୍ୟାହତ ରଖିବାକୁ ଦଳ ଆଗୁଆ ରଣନୀତି ପ୍ରସ୍ତୁତ କରୁଛି। ଏହା ମଧ୍ୟରେ କଂଗ୍ରେସ ଉପନିର୍ବାଚନଗୁଡ଼ିକରେ ନିଜର ‘ବିପର୍ଯ୍ୟୟ’ ରେକର୍ଡ଼କୁ ରୋକି କିଛି ଭୋଟ ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି। ଏହି ପରିପ୍ରେକ୍ଷୀରେ ଗାନ୍ଧୀ ଜୟନ୍ତୀ ଓ ଦଶହରା ପରେ ତିନି ଦଳ ନିଜନିଜର ଆଭିମୁଖ୍ୟ ଓ ଦୃଷ୍ଟିଭଙ୍ଗୀକୁ ନେଇ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ସୂଚନା ମିଳିଛି। ତେଣୁ ଆଉ କିଛିଦିନର ବ୍ୟବଧାନ ପରେ ରାଜ୍ୟ ରାଜନୀତିରେ ପ୍ରତ୍ୟହ ନୂଆ ନୂଆ ଘଟଣାବଳୀ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ମନେ କରୁଛନ୍ତି।

Leave A Reply

Your email address will not be published.