ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧାମନଗର ଉପନିର୍ବାଚନ: ଶୃଙ୍ଖଳିତ ଭୋଟ ଗ୍ରହଣ ନେଇ ପୁଲିସ ଡିଜିଙ୍କ ସମୀକ୍ଷା, ସ୍ବଚ୍ଛ ଓ ନିରପେକ୍ଷ ଭୋଟ ଗ୍ରହଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ପୁଲିସ ଡିଜି  ସୁନୀଲ ବଂଶଲ। ଶୃଙ୍ଖଳିତ ଭୋଟ ଗ୍ରହଣ ନେଇ ଭିସିରେ ସମୀକ୍ଷା କରିଛନ୍ତି ଡିଜି ସୁନୀଲ ବଂଶଲ। ବୈଠକରେ ଏଡିଜି, ଆଇଜି, ଡିଆଇଜି ଓ ଭଦ୍ରକ ଏସପି ଉପସ୍ଥିତ ଥିଲେ । ଇସିଆଇଙ୍କ ଗାଇଡଲାଇନ ଅନୁପାଳନକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ସ୍ବଚ୍ଛ ଓ ନିରପେକ୍ଷ ଭୋଟ ଗ୍ରହଣ ଓ ଆଦର୍ଶ ଆଚରଣ ବିଧି କାର୍ଯ୍ଯକାରୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ଉପନିର୍ବାଚନରେ ୪ ପ୍ଲାଟୁନ ସିଆରପିଏଫ୍ ମୁତୟନ ହେବ । ଏହାସହ ୨୦ପ୍ଲାଟୁନ ଫୋର୍ସ, ୪୬ ମୋବାଇଲ ପାଟ୍ରୋଲିଂ ୟୁନିଟ ମୁତୟନ ହେବେ । ବର୍ତ୍ତମାନ ସୁଦ୍ଧା  ୮୩ ଅବକାରୀ ମାମଲା ରୁଜୁ ସହ ୧ ହଜାର ୩୫ ଲିଟର ମଦ ଜବତ କରିଛି ପୁଲିସ ।

Leave A Reply

Your email address will not be published.