ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ କୋଭିଡ୍‌ ଯୋଦ୍ଧା ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଶୁକ୍ରବାର କୋଭିଡ୍‌ ଯୋଦ୍ଧା ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କୋଭିଡ ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ ପୁଲିସ ମହାନିର୍ଦ୍ଦେଶକ ବା ଡିଜିପି ଡିସ୍କ ପ୍ରଦାନ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ଅଭୟ କୁମାର ୮୩ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କୋଭିଡ ବିରୋଧରେ ଲଢ଼େଇ କରି ପ୍ରାଣହରାଇଥିବା ୧୫ ଜଣ କୋଭିଡ ଯୋଦ୍ଧା, ୨ ଜଣ ସହିଦ ଏସ୍‌ଓଜି ଯବାନ ଓ ୬୬ ଜଣ ବିଭିନ୍ନ ବିଭାଗର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରାଯାଇଛି । ସେହିପରି ୨ଜଣ ଆଇଜି ପାହ୍ୟାର ଅଧିକାରୀ, ୧୨ ଜଣ ଡିଏସ୍‌ପି, ୧୫ ଇନସ୍‌ପେକ୍ଟର ୪ ଜଣ ଏସଆଇ, ୮ ଜଣ ହାବିଲଦାର, ୧୭ ଜଣ ଏସ୍‌ଓଜି କମାଣ୍ଡୋ, ୬ଜଣ କନେଷ୍ଟବଳ ଏବଂ ଜଣେ ସିପାହୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.