ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିମାନବନ୍ଦରରେ ୫୫ଯାତ୍ରୀଙ୍କୁ ଛାଡି ଚାଲିଯାଇଥିବା ଗୋ ଫାଷ୍ଟ ଏୟାରଲାଇନ୍ସକୁ ଝଟକା, ୧୦ ଲକ୍ଷ ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ : ବିମାନବନ୍ଦରରେ ୫୫ଯାତ୍ରୀଙ୍କୁ ଛାଡି ଚାଲିଯାଇଥିବା ଗୋ ଫାଷ୍ଟ ଏୟାରଲାଇନ୍ସକୁ ଲାଗିଛି ବଡ଼ ଝଟକା। ବିମାନ କମ୍ପାନିର ଏହି ଭୁଲ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗୋ ଫାଷ୍ଟ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହାପୂର୍ବରୁ ବିମାନ କମ୍ପାନି ବିରୋଧରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଡିଜିସିଏ। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହା ଉପରେ ସେନେଇ ଡିଜିସିଏକୁ ଜଣାଇବାକୁ କୁହାଯାଇଥିଲା। ଆଜି କମ୍ପାନିର ସେହି ଭୁଲ ପାଇଁ ଡିଜିସିଏ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଜରିମାନା କରାଯାଇଛି।

ଚଳିତ ମାସ ୯ ତାରିଖରେ ଗୋ ଫାଷ୍ଟ ଏୟାରଲାଇନ୍ସ ବାଙ୍ଗାଲୋରରୁ ୫୫ ଜଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡି ଉଡାଣ ଭରିଥିଲା ।ଯାତ୍ରୀଙ୍କୁ ଛାଡିଯିବା ଘଟଣାରେ ଏୟାରଲାଇନ୍ସ କ୍ଷମା ମାଗିବା ସହ ଏକ ଘୋଷଣା ମଧ୍ୟ କରିଥିଲା । ଅସୁବିଧାର ସମ୍ମୁଖୀନ ହୋଇଥିବା ଯାତ୍ରୀ ଆଗାମୀ ୧୨ ମାସ ମଧ୍ୟରେ ଦେଶର ଯେକୌଣସି ସ୍ଥାନକୁ ଯିବାକୁ ମାଗଣା ଟିକେଟ ଦିଆଯିବ । ଏହାସତ୍ତେ୍ୱ ମଧ୍ୟ ଏୟାରଲାଇନ୍ସ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଡିଜିସିଏ ।

ସୂଚନାଯୋଗ୍ୟ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଜି ୮ ୧୧୬ ବିମାନ କେମ୍ପେଗୋଡ଼ା ଅନ୍ତର୍ଜୀତୀୟ ବିମାନ ବନ୍ଦରରୁ ଜାନୁଆରି ୯ତାରିଖ ସକାଳ ୬.୩୦ରେ ଉଡ଼ାଣ କରିଥିଲା। ବିମାନରେ ଚଢ଼ାଇବା ପାଇଁ ଯାତ୍ରୀମାନଙ୍କୁ ୪ଟି ବସ୍‌ରେ ଅଣା ଯାଇଥିଲା। ଗୋଟାଏ ବସ୍‌ରେ ଥିବା ୫୫ ଜଣ ଯାତ୍ରୀ ଗୋ ଫାଷ୍ଟ୍‌ ବିମାନରେ ଚଢ଼ିବାକୁ ଅପେକ୍ଷା କରିଥିବା ବେଳେ ବିମାନ ସେମାନଙ୍କୁ ଛାଡ଼ି ଉଡ଼ାଣ କରିଥିଲା।

ଏହି ଘଟଣାକୁ ନେଇ ଯାତ୍ରୀମାନେ ବିରୋଧ କରିବାରୁ ଗୋ ଫାଷ୍ଟ୍‌ ଏୟାରଲାଇନ ପକ୍ଷରୁ କୁହାଯାଇଥିଲା ଯେ, ଯେଉଁ ଯାତ୍ରୀମାନେ ବସରେ ରହିଯାଇଥିଲେ ସେମାନଙ୍କୁ କ୍ଷତିପୂରଣ ଆକାରରେ ଗୋଟିଏ ଲେଖାଏଁ ମାଗଣା ଟିକେଟ ଦିଆଯିବ। ମାଗଣାରେ ଟିକେଟ ବୁକ୍ କରି ସେମାନେ ଭାରତର ‌ଯେକୌଣସି ସ୍ଥାନକୁ ଯାଇପାରିବେ। ଗୋ ଫାଷ୍ଟ୍‌ ଏହି ଘଟଣା ପାଇଁ କ୍ଷମା ମାଗି ପ୍ରଭାବିତ ଯାତ୍ରୀମାନଙ୍କୁ ଆସନ୍ତା ବର୍ଷ ମଧ୍ୟରେ ଭାରତର ଯେକୌଣସି ସ୍ଥାନକୁ ଯାତ୍ରା କରିବାକୁ ଗୋଟିଏ ମାଗଣା ଟିକେଟ ପ୍ରଦାନ କରିଛି। ଏହା ସହ ଏହି ଘଟଣାରେ ସମ୍ପୃକ୍ତ କର୍ମଚାରୀଙ୍କୁ ସାମୟିକ ଭାବେ କାମରୁ ହଟାଯାଇଛି।

ଏହି ଘଟଣାକୁ ନେଇ ଯାତ୍ରୀ କହିଥିଲେ, ବିମାନ ଯାତ୍ରୀଙ୍କୁ ଛାଡି ତାଙ୍କର ସାମଗ୍ରୀ ନେଇ ଯାଇଥିଲା । ଆଉ ଏ ବାବଦରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଜଣାନଥିଲା । ତେବେ ଅନ୍ୟ ବିମାନରେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା । ଏହାସତ୍ତେ୍ୱ ମଧ୍ୟ ଯାତ୍ରୀଙ୍କୁ ସମସ୍ୟାରେ ପକାଇଥିବାରୁ ଏୟାରଲାଇନ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Leave A Reply

Your email address will not be published.